www.samajalive.in
Sunday, December 14, 2025
26.1 C
Bhubaneswar

ଏହି ଉପାୟରେ ସହଜରେ ବାସନରୁ ଛଡ଼ାନ୍ତୁ ପୋଡ଼ାଦାଗ

ବାସନରୁ ପୋଡ଼ାଦାଗ ଛଡ଼ାଇବ ଏକ କଷ୍ଟକର ବ୍ୟାପାର। ବହୁ ସମୟରେ ତ ଏହା ଛାଡ଼େ ମଧ୍ୟ ନାହିଁ। ଯଦ୍ୱାରା ବାସନଟି ନଷ୍ଟ ହୋଇଯାଏ। ଏହି ପୋଡ଼ାଦାଗ ଛଡ଼ାଇବା ପାଇଁ ଆମେ ଅନେକ ଉପାୟ ଆପଣେଇଥାଉ ତଥା ବଜାରରେ ମିଳୁଥିବା ବହୁ ପୋଡ଼ା ଦାଗ ଛଡ଼ାଇବା ସାମଗ୍ରୀର ବ୍ୟବହାର କରିଥାଉ। ହେଲେ ଏପରି କିଛି ଘରୋଇ ଉପାୟ ଅଛି ଯାହାକୁ ଆପଣେଇବା ଦ୍ୱାରା ଏହି ଦାଗ ଅତି ସହଜରେ ଛଡ଼ାଇ ହେବ। ତେବେ ଚାଲନ୍ତୁ ଜାଣିବା ସେହି ଉପାୟ ଗୁଡ଼ିକ ବିଷୟରେ –

ବେକିଙ୍ଗ୍ ସୋଡ଼ା: ପୋଡ଼ି ଯାଇଥିବା ବାସନରେ ଏକ ଚାମଚ ବେକିଙ୍ଗ୍ ସୋଡ଼ା ପକାଇ ସେଥିରେ ଦୁଇ ଚାମଚ ଲେମ୍ବୁ ରସ ଓ ଦୁଇ କପ୍ ଗରମ ପାଣି ଢାଳନ୍ତୁ। ଏହା ପରେ ‘ବାସନମଜା’ରେ ତାକୁ ଘଷି ସଫା କରନ୍ତୁ। ଏପରି କରିବା ଦ୍ୱାରା ବାସନରୁ ସମସ୍ତ ପୋଡ଼ା ଦାଗ ଅତି ସହଜରେ ଛାଡ଼ିଯିବା ସହ ବାସନର ଚମକ ବଜାୟ ରହିବ।

- Advertisement -

ଲେମ୍ବୁ ରସ: ଏକ କଞ୍ଚା ଲେମ୍ବୁ ନେଇ ତାକୁ ପୋଡ଼ି ଯାଇଥିବା ବାସନରେ କିଛି ସମୟ ଘଷନ୍ତୁ। ତା’ପରେ ସେଥିରେ ଦୁଇ କପ୍ ଗରମ ପାଣି ଢାଳନ୍ତୁ। ବର୍ତ୍ତମାନ ଏକ ବ୍ରଶ ସାହାଯ୍ୟରେ ପୋଡ଼ା ଦାଗ ଥିବା ଅଂଶକୁ ଭଲ ଭାବେ ସଫା କରି ଦିଅନ୍ତୁ। ଦେଖିବେ ଦାଗ ଶୀଘ୍ର ଛାଡ଼ିଯିବ।

ଲୁଣ: ବାସନରୁ ପୋଡ଼ା ଦାଗ ଛଡ଼ାଇବାର ଆଉ ଏକ ଉପାୟ ହେଉଛି, ଏପରି ବାସନକୁ ଲୁଣ ଓ ପାଣି ଦ୍ୱାରା ମଧ୍ୟ ସଫା କରାଯାଇ ପାରିବ। ତେଣୁ ପ୍ରଥମେ ପୋଡ଼ି ଯାଇଥିବା ବାସନରେ ପାଣିକୁ ୪ମିନିଟ ଫୁଟାଇ ଦିଅନ୍ତୁ। ଏହାପରେ ବାସନ ମଜାକୁ ନେଇ ଧୀରେ ଧୀରେ ପୋଡ଼ା ଦାଗ ଉପରେ ଘଷନ୍ତୁ। ତା’ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଦେଖିବେ, ବାସନରୁ ପୋଡା ଦାଗ ଭଲ ଭାବେ ଛାଡ଼ିଯିବ।

ଟମାଟୋ ସସ୍: ପୋଡି ଯାଇଥିବା ବାସନରୁ ଦାଗ ଛଡାଇବା ପାଇଁ ଟମାଟୋ ସସ୍ ଖୁବ୍ ଦରକାରୀ। ଏଥିପାଇଁ ପୋଡ଼ି ଯାଇଥିବା ବାସନରେ ଟମାଟୋ ସସ୍ ଓ ପାଣି ମିଶାଇ ଫୁଟାନ୍ତୁ। ତା’ପରେ ଏହାକୁ ଅଳ୍ପ ଘଷି ସଫା କରି ଦିଅନ୍ତୁ। ଏପରି କରିବା ଦ୍ୱାରା ମଧ୍ୟ ପୋଡ଼ା ଦାଗ ଛାଡ଼ିଯିବ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories