www.samajalive.in
Thursday, December 11, 2025
27.1 C
Bhubaneswar

ଜଜ୍‌ଙ୍କ ପୁଅର ମୃତ୍ୟୁ ପରେ ଶରୀରର ବିଭିନ୍ନ ଅଂଶ ଦାନ କରାଗଲା

ଗୁରୁଗ୍ରାମ . — ଅତିରିକ୍ତ ଦୌରାଜଜ୍‌ କ୍ରିଷ୍ଣକାନ୍ତ ଶର୍ମାଙ୍କ ପୁଅ ଓ ପତ୍ନୀଙ୍କୁ ପୁଲିସ ପକ୍ଷରୁ ଦିଆଯାଇଥିବା ସୁରକ୍ଷା କର୍ମୀ ଗତ ସପ୍ତାହରେ ଗୁଳି ଚଳାଇ ହତ୍ୟା ଉଦ୍ୟମ କରିଥିଲା ।। ଚିକିତ୍ସାଧୀନ ଅବସ୍ଥାରେ ଜଜ୍‌ଙ୍କର ପତ୍ନୀ ଏହାର ପର ଦିନ ମୃତ୍ୟୁ ବରଣ କରିଥିଲେ ।ମେଦାନ୍ତ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଜଜ୍‌ଙ୍କର  ପୁଅ ଧ୍ରୁବଙ୍କର ଚିକିତ୍ସା ଚାଲିଥିଲା । କିଛି ଦିନ ପରେ ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ । ମଙ୍ଗଳବାର ସକାଳେ ଧ୍ରୁବଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ହେଲେ ତାଙ୍କର ପିତା ନିଜ ପୁତ୍ରର ଶରୀରର ଗୁରୁତ୍ୱପୂର୍ଣ୍ଣ ଅଂଶକୁ ଦାନ କରିଛନ୍ତି । ଧ୍ରୁବଙ୍କର ହୃଦ ଯନ୍ତ୍ର, ଯକୃତ(ଲିଭର),ବୃକକ୍(କିଡନୀ)କୁଦାନ ଦେଇଛନ୍ତି ।। ଏହା ଅନ୍ୟ କୌଣସି ବ୍ୟକ୍ତିର ଜୀବନ ବଞ୍ଚାଇବା ପାଇଁ ସହାୟକ ହୋଇ ପାରିବ । ଗୁଳି ଚଳାଇଥିବା ଏହି ସ୍ୱତନ୍ତ୍ର ପୁଲିସ କର୍ମଚାରୀକୁ ଗିରଫ କରାଯାଇଛି । ମହିପାଲ ସିଂ ନାମକ ଏହି ପୁଲିସ ମାନସିକ ବିଷାଦଗ୍ରସ୍ତ ରହିବା ସହ ଜଜ୍‌ଙ୍କର ପତ୍ନୀ ଓ ପୁଅ ତାକୁ ମାନସିକ ଭାବେ ଯନ୍ତ୍ରଣା ଦେଇଥିବା କହିଛି ।। ଏହି ପୁଲିସ କର୍ମଚାରୀର ସ୍ତ୍ରୀ ଶିକ୍ଷୟିତ୍ରୀ ଥିବାବେଳେ ଦୁଇଟି ସନ୍ତାନ ଅଛନ୍ତି ।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories