ବିଶ୍ବର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଆଇଏଲ୍ଏସରୁ ୩
ଭୁବନେଶ୍ବର : ବିଶ୍ବର ଶ୍ରେଷ୍ଠ ୨% ବୈଜ୍ଞାନିକଙ୍କ ମଧ୍ୟରେ ଭୁବନେଶ୍ବରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍ଏସ)ର ତିନିଜଣ ବୈଜ୍ଞାନିକଙ୍କ ନାମ ରହିଛି । ଜୀବ ବିଜ୍ଞାନର ବିଭିନ୍ନ କ୍ଷେତ୍ରରେ ଗବେଷଣା କରି ଏହି ତିନି ବୈଜ୍ଞାନିକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ସଫଳତା ଅର୍ଜନ କରିଛନ୍ତି। ଆଇଏଲ୍ଏସ ଭାରପ୍ରାପ୍ତ ନିର୍ଦେଶକ ବୈଜ୍ଞାନିକ ଡ.ପୁଲକ କୁମାର ମୁଖାର୍ଜୀଙ୍କ ନାମ ଏହି ତାଲିକାରେ ରହିଛି। ଗବେଷଣା ଦ୍ବାରା ସେ ଅନେକ ଜଟିଳ ରୋଗ ପାଇଁ ଔଷଧ ତିଆରି କରିବାରେ ସଫଳ ହୋଇଛନ୍ତି। ସେହିପରି ଆଇଏଲ୍ଏସ ବୈଜ୍ଞାନିକ ଡ. ସଞ୍ଜୀବ ସାହୁ ଏବଂ ବୈଜ୍ଞାନିକ ଡ. ଅମରେଶ ପଣ୍ଡାଙ୍କ ନାମ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛି। ଆଇଏଲ୍ଏସରେ ଡ. ସାହୁ ନାନୋ ଟେକ୍ନୋଲୋଜି ଉପରେ ଗବେଷଣା କରୁଥିବାବେଳେ ଡ. ଶ୍ରୀ ପଣ୍ଡା ବାୟୋଟେକ୍ନୋଲୋଜି ଏବଂ ବାୟୋକେମେଷ୍ଟ୍ରି ଉପରେ ଗବେଷଣା କରି ଅନେକ ସଫଳତା ଅର୍ଜନ କରିଥିବା ଜଣାପଡିଛି।
Comments are closed.