www.samajalive.in
Friday, December 12, 2025
14.1 C
Bhubaneswar

ମାଛଧରା ବୋଟରୁ ଖସି ଜଣେ ନିଖୋଜ

ଧାମରା: ଧାମରାରେ ଏକ ମାଛ ଧରା ବୋଟରୁ ଖସି ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଥିବା ଜଣାଯାଇଛି। ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ବଳରାମ ଗଡ଼଼ିର ତାପସ ଦାସଙ୍କ ମାଛ ଧରା ବୋଟଟି ମାଛ ମାରିବା ଉଦ୍ଦେଶ୍ୟରେ ଆସି ସନ୍ଧ୍ୟା ସମୟରେ ଧାମରା ମତ୍ସ୍ୟ ପୋତାଶ୍ରୟ ନିକଟରେ ଲରଙ୍ଗ କରିଥିଲା। ଏହି ବୋଟରେ ଥିବା ସମସ୍ତ ମତ୍ସ୍ୟଜୀବୀ ରାତ୍ରିଭୋଜନ କରି ବୋଟରେ ଶୋଇଥିଲେ। ବିଳମ୍ବିତ ରାତିରେ ଏହି ବୋଟରେ କାର୍ଯ୍ୟରତ ମତ୍ସ୍ୟଜୀବୀ ଇନ୍ଦ୍ର ମଳିକ(୪୦) ଶୌଚ ହେବା ପାଇଁ ଉଠିଥିଲେ, ମାତ୍ର ସେ ଆଉ ନିଜ ଶୋଇବା ସ୍ଥାନକୁ ଯାଇ ନଥିବା ବେଳେ ଦୀର୍ଘ ୧ଘଣ୍ଟା ପରେ ଅନ୍ୟ ମତ୍ସ୍ୟଜୀବୀମାନେ ଇନ୍ଦ୍ର ମଳିକକୁ ବୋଟ ମଧ୍ୟରେ ଖୋଜାଖୋଜି କରିବା ସହ ନଦୀ ମଧ୍ୟରେ ମଧ୍ୟ ଖୋଜାଖୋଜି କରିଥିଲେ। ହେଲେ ସେ ସଂପୃକ୍ତ ମତ୍ସ୍ୟଜୀବୀଙ୍କର କୌଣସି ଖବର ମିଳି ନଥିଲା। ଏନେଇ ବୋଟରେ ଥିବା ମତ୍ସ୍ୟଜୀବୀମାନେ ଧାମରା ସାମୁଦ୍ରିକ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ମାତ୍ର ସଂପୃକ୍ତ ବ୍ୟକ୍ତିଙ୍କର କୌଣସି ଖବର ପାଇ ନଥିଲେ। ସେହି ବୋଟରେ କାର୍ଯ୍ୟରତ ଅନ୍ୟ ମତ୍ସ୍ୟଜୀବୀଙ୍କ କହିବାନୁଯାୟୀ ସଂପୃକ୍ତ ମତ୍ସ୍ୟଜୀବୀଙ୍କ ମୁଣ୍ଡ ଦୋଷ ଥିଲା ତେଣୁ ସେ କେଉଁଠିକି ଯାଇ ଥାଇପାରନ୍ତି ବୋଲି ମତ ପ୍ରକାଶ ପାଇଥିଲେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ ସଂପୃକ୍ତ ମତ୍ସ୍ୟଜୀବୀଙ୍କ ଖୋଜ ଖବର କିଛି ମିଳି ନଥିଲା।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories