www.samajalive.in
Sunday, December 14, 2025
26.1 C
Bhubaneswar

ମାଁ ଘଣ୍ଟେଶ୍ୱରୀଙ୍କ ଚାଳିଶା, ଅଷ୍ଟକମ, ସ୍ତବ ସ୍ତୋତ୍ର ଉନ୍ନୋଚିତ

ସମ୍ବଲପୁର: ମାଁ ଘଣ୍ଟେଶ୍ୱରୀ ପୀଠରେ ଘଣ୍ଟି ସାହିତ୍ୟ ଘର ଚିପଲିମା ତରଫରୁ ବାର୍ଷିକ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରବିବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ଡ. ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ପରମେଶ୍ୱର ମୁଣ୍ଡ ମୁଖ୍ୟବକ୍ତା ଓ ବିଶିଷ୍ଟ ସମ୍ବଲପୁରୀ ସାହିତ୍ୟର ଗବେଷକ ଡ. ଶ୍ୟାମ ସୁନ୍ଦର ଧର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ଅବସରରେ କମଳ ଲୋଚନ ପଣ୍ଡା ଙ୍କ ଦ୍ୱାରା ରଚିତ ମାଁ ଘଣ୍ଟେଶ୍ୱରୀ ଙ୍କ ଚାଳିଶା, ଅଷ୍ଟକମ, ସ୍ତବ ଓ ସ୍ତୋତ୍ରକୁ ମାଁ ଙ୍କ ଚରଣରେ ସର୍ମପଣ କରାଯାଇ ଉନ୍ନମୋଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲାରୁ ଅନେକ କବି ମାନଙ୍କର ସମାଗମ ହୋଇଥିବା ବେଳେ ୫୦ରୁ ଅଧିକ କବି ଓ କବିୟତ୍ରୀ ମାନେ ସାମିଲ ହୋଇ ସ୍ୱରଚିତ କବିତା ପାଠ କରିଥିଲେ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories