www.samajalive.in
Thursday, December 11, 2025
16.1 C
Bhubaneswar

ବୌଦ୍ଧରେ ଆନ୍ତଃ ବିଦ୍ୟାଳୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ

ବୌଦ୍ଧ: ବୌଦ୍ଧଜିଲା ଶିିକ୍ଷା ବିଭାଗ ପକ୍ଷରୁ ବୌଦ୍ଧ କଚେରୀ ଖେଳପଡ଼ିଆଠାରେ ଚାଲିଥିବା ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ସୋମବାର ଦିନ ଉଦଯାପିତ ହୋଇଯାଇଛି। ପ୍ରତିଯୋଗିତାର ଫାଇନାଲ ଖେଳ ବାଳକ ବିଭାଗର କଂଟାମାଳ ଓ ହରଭଙ୍ଗା ମଧ୍ୟରେ ହୋଇଥିଲା। ଏଥିରେ କଂଟାମାଳ ଦଳ ୪-୦ରେ ବିଜୟ ଲାଭ କରିଥିଲା। ସେହିପରି ବାଳିକା ବିଭାଗର ଫାଇନାଲ ଖେଳ କଂଟାମାଳ ଓ ବୌଦ୍ଧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବୌଦ୍ଧ ଦଳ ୧-୦ ଗୋଲରେ ବିଜୟ ଲାଭ କରିଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତ ରାଜ ଓ ପାନୀୟଜଳ ଏବଂ ସୁଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏନଏସି ଅଧକ୍ଷ୍ୟ ମୃତ୍ୟୁଞ୍ଜୟ ମିଶ୍ର , ଜିଲା କ୍ରୀଡା ଅଧିକାରୀ ପବିତ୍ର କୁମାର ରାଉତ, ଜିଲା ବିଜ୍ଞାନ ନିରୀକ୍ଷକ ଦେବେନ୍ଦ୍ର ଦେହୁରୀ ଯୋଗଦେଇଥିଲେ। ଖେଳରେ ବିଜେତା ଓ ଉପବିଜେତା ଦଳକୁ ଅତିଥିମାନଙ୍କ ଦ୍ୱାରା ଫୁଟବଲ ଓ ଟ୍ରଫି ପ୍ରଦାନ କରାଯାଇଥିଲା। କ୍ରୀଡା ଶିକ୍ଷା ନୀରିକ୍ଷକ ଆନନ୍ଦ କୁମାର ବେହେରା ଖେଳର ମହତ୍ୱ ଉପରେ ଆଲୋକପାତ କରିଥିଲେ। ଏହା ସହ ବିଭିନ୍ନ ବିଦ୍ୟାଳୟକୁ ଫୁଟବଲ ବଣ୍ଟନ କରଯାଇଥିଲା। ଖେଳକୁ ରେଫରି ପ୍ରବୀଣ ବେହେରା, ପ୍ରହଲ୍ଲାଦ ଭୋକ୍ତା, ଅମ୍ବରୀଶ ପ୍ରଧାନ ଓ ଅଲିଭା ପ୍ରଧାନ ପରିଚାଳନା କରିଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories