www.samajalive.in
Saturday, December 13, 2025
14.1 C
Bhubaneswar

ସାଂସ୍କୃତିକ ପରିଷଦ ଦ୍ବାରା ନାଟକ ମଞ୍ଚସ୍ଥ

ଟିକାବାଲି: ଟିକାବାଲି ସହରରେ ମାଁ ବ୍ୟଘ୍ରଦେବି କଳା ଓ ସାଂସ୍କୃତିକ ଷରିଷଦ ଏବଂ ୟୁଥ ଓ୍ବରିରିଅରର ମିଳିତ ଆନୁକୁଲ୍ୟରେ ମହାଆଡମ୍ବରରେ ସାମାଜିକ ନାଟକ ସୁଖ କିଣା ଏଠି ଦୁଖଃ ମାଗଣା ମଞ୍ଚସ୍ତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୃଖ୍ୟ ଅତିଥି ଭାବେ ସ୍ବତନ୍ତ୍ର ଉନ୍ନୟନ ଅଧ୍ୟକ୍ଷ ଶ୍ରୀଯୁକ୍ତ ରଦନ ମଳିକ ମୂଖ୍ୟ ବକ୍ତା ଭାବେ ବୁଦ୍ଧିଜୀବୀ ଶ୍ରୀ ପ୍ରସାନ୍ତ ବେହେରା ଉପସ୍ଥିତ ରହି କଳାକୁ ବଞ୍ଚାଇ ରଖିବା ନିମନ୍ତେ ଆଓ୍ବାନ ଦେଇଥିଲେ। ଅନ୍ୟ ମଞ୍ଚାସିନ ଅତିଥି ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଦିଲିପ କହଁର,ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ସାଧୁବେଣୀ ନାୟକ, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ନମିତା କହଁର, ସରପଞ୍ଚ କୁନ୍ଦୁରୁ ମଲିକ, ବଣିକ ସଂଘ ସଭାପତି ସୁନିଲ କୁମାର ଭୋଇ, ସମିତିସଭ୍ୟ ମନୋଜ ଦଳବେହେରା, ଉତ୍କଳ ସାମ୍ବାଦିକ ସଂଘ ସଭାପତି ସନ୍ତୋଷ ଦାସ ପ୍ରମୁଖ ଉପସ୍ଥିତ ରହି କଳାକାରଙ୍କୁ ଉତ୍ସାହିତ କରିବା ସହ ଅଞ୍ଚଳରେ କଳାକୁ ଜୀବିତ ରଖିବା ନିମନ୍ତେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସନ୍ତୋଷ ସାହୁ, ତନୁଜ ଭୋଇ, ଅରବିନ୍ଦ ମହାପାତ୍ର ସମୁହ। ଶେଷରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାଯ୍ୟକ୍ରମ ଏବଂ ନାଟକ ପରିବେଷଣ କରାଯାଇଥିଲା।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories