www.samajalive.in
Monday, December 15, 2025
27.1 C
Bhubaneswar

କନ୍ଧମାଳ ହଳଦୀକୁ ମିଳିଲା ଜାତୀୟସ୍ତରର ସମ୍ମାନଜନକ  ଏନ୍ଆଇପି ଆୱାର୍ଡ

ଫୁଲବାଣୀ – କନ୍ଧମାଳ ହଳଦୀକୁ ପୁଣି ମିଳିଲା ଏନ୍ ଆଇପି ଆୱାର୍ଡ । କୃଷି ବର୍ଗ ରେ ସର୍ବାଧିକ ଭୋଟ ପାଇ ଏହି ପୁରସ୍କାର ଲାଭ କରିଛି କନ୍ଧମାଳ ହଳଦୀ । ନୂଆ ଦିଲ୍ଲୀଠାରେ ଆଇପି କନଫରେନ୍ସ ରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଉପସ୍ଥିତିରେ ଏହି ୧୫ ତାରିଖରେ ଏହି ପୁରସ୍କାର ଘୋଷଣା  କରାଯାଇଥିଲା । ତେବେ ଏନେଇ କୌଣସି ସୂଚନା ଦିଆଯାଇ ନଥିବାରୁ ପୁରସ୍କାର ଗ୍ରହଣ କରିବାକୁ କେହି ପହଂଚି ପାରିନଥିଲେ ବୋଲି ଜଣାପଡିଛି  ।

ଏଥି ପୂର୍ବରୁ ଉତ୍କୃଷ୍ଟ ମାନ ଓ ଗୁଣ ବତ୍ତାପାଇଁ କନ୍ଧମାଳ ହଳଦୀକୁ ୨୦୧୯ ମସିହାଠାରୁ ଜି ଆଇ ଟ୍ୟାଗ ମିଳିଥିଲା ।ଏବେ ୨ ୦୨୧ -୨୨ ବର୍ଷ ପାଇଁ ଏନ ଆଇପିଆୱାର୍ଡ ମିଳିଛି । ପ୍ରଥମ ଥର ପାଇଁ ଜି ଆଇ ମାନ୍ୟତା ପାଇଥିବା ସାମଗ୍ରୀ କୁନେଇ (ନ୍ୟାସନାଲ ଇଣ୍ଟେଲେକଚୁଆଲ ପ୍ରପରଟି )ଏନ ଆଇପି ଆୱାର୍ଡ ଆୟୋଜିତ ହୋଇଥିଲା । ଏଥିପାଇଁ ଦେଶରେ ଭୋଟିଂ ମାଧ୍ୟମ ରେ ଜନମତ ସର୍ଭେ ହୋଇଥିଲ। ଏଥିରେ ସର୍ବାଧିକ ଭୋଟ ପାଇଥିବା ସାମଗ୍ରୀ ଗୁଡିକୁ ପୁରସ୍କୃତ କରାଯାଇଥିଲା ।

- Advertisement -

କୃଷି, କଳା, ଖାଦ୍ୟସାମଗ୍ରୀ ଆଦି ପାଞ୍ଚଟି ବର୍ଗରେ ଏହି ପୁରସ୍କାର ଦିଆଯାଇଥିଲା । କୃଷି ବର୍ଗରେ କନ୍ଧମାଳ ହଳଦୀକୁ ଏହି ପୁରସ୍କାର ମିଳିଛି ।ପୁରସ୍କାର ପାଇବା ପରେ.ଜିଲାପାଳ ଆଶୀଷ ଈଶ୍ୱର ପାଟିଲ, କନ୍ଧମାଳ ହଳଦୀ ସୋସାଇଟି କସମ ର ସମ୍ପାଦକ ସଂଜିତ ପଟ୍ଟନାୟକ ଓ ଭୁବେନେଶ୍ୱର ବ୍ରାଞ୍ଚ ହେଡ଼ ତଥା ଅବସରପ୍ରାପ୍ତ ଉଦ୍ୟାନ ଉପନିର୍ଦେଶକ ମନୋଜ ଦାସ, ବର୍ତମାନ ର ଉଦ୍ୟାନ ବିଭାଗ ଉପନିର୍ଦେଶକ ମିହିର କୁମାର ସାମନ୍ତରାୟ ପ୍ରମୁଖ ଙ୍କ ସମେତ ହଳଦୀ ଚାଷୀ ମାନେ ଖୁସି ବ୍ୟକ୍ତ କରିଛନ୍ତି । ଏହାଦ୍ୱାରାଉନ୍ନତ ମାନର ହଳଦୀ ପ୍ରସ୍ତୁତ ସହ ପ୍ରଚାରପ୍ରସାର ପାଇଁନିଷ୍ଠା, ଆନ୍ତରିକତା ଓ ଅଧିକ ଉତ୍ସାହ ର ସହ କାମ କରିବାଲାଗି ପ୍ରେରଣା ମିଳିବ ବୋଲି ସମ୍ପାଦକ ସଂଜିତ କହିଛନ୍ତି ।ଚାଷୀ ମାନେ ମଧ୍ୟ ଏହାଦ୍ୱାରା ଉତ୍ସାହିତ ହୋଇ ଅଧିକ ହଳଦୀ ଉତ୍ପାଦନ କରିବେ ବୋଲି କହିଛନ୍ତି । କସମ ସମ୍ପାଦକ ସଂଜିତ ପଟନାୟକଙ୍କ ନିଷ୍ଠାପର ଉଦ୍ୟମ, ଆଗ୍ରହ, ଓ ପରି ଶ୍ରମଯୋଗୁଁ କନ୍ଧମାଳ ହଳଦୀ ଜି ଆଇ ମାନ୍ୟତା ପାଇପାରିଥିଲା ଆଉ ଏବେଏନ ଆଇପି ଆୱାର୍ଡ ପାଇ ଜିଲା ଓ ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି । ଏହାଦ୍ୱାରା କନ୍ଧମାଳ ହଳଦୀ ରଚାହିଦା ବୃଦ୍ଧି ପାଇବ ନିଶ୍ଚୟ । ଏହି ଘୋଷଣା ପରେ ଚାଷୀ ମହଲରେ ଖୁସିର ଲହରୀ ଖେଳିଯାଇଛି ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories