www.samajalive.in
Sunday, December 14, 2025
26.1 C
Bhubaneswar

ସିସୋଦିଆଙ୍କୁ ୯ ଘଣ୍ଟା ସିବିଆଇ ଜେରା

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ନୀତି ପ୍ରଣୟନରେ ଅନିୟମିତତା ଅଭିଯୋଗରେ ସିବିଆଇ ସୋମବାର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜେରା କରିଛି। ସିବିଆଇ ସିସୋଦିଆଙ୍କୁ ପ୍ରାୟ ୯ଘଣ୍ଟା ଧରି ଜେରା କରିଛି। ଜେରା ପାଇଁ ସିସୋଦିଆ ପୂର୍ବାହ୍ଣ ୧୧ଟାରେ ସିବିଆଇ କାର୍ଯ୍ୟାଳୟକୁ ଯାଇଥିବାବେଳେ ସନ୍ଧ୍ୟା ପ୍ରାୟ ୮ଟାରେ ଘରକୁ ଫେରିଥିଲେ। ଜେରା ସମୟରେ ସିସୋଦିଆଙ୍କ ଉତ୍ତର ସନ୍ତୋଷଜନକ ନଥିବା ସିବିଆଇ କହିଛି। ଗିରଫ ଅଭିଯୁକ୍ତ ବିଜୟ ନାୟାରଙ୍କ ସହିତ ସମ୍ପୃକ୍ତି ବିଷୟରେ ସିସୋଦିଆଙ୍କୁ ଅଧିକ ପଚରାଉଚରା କରାଯାଇଥିଲା। ଏହା ସହିତ ଅଭିଯୋଗ ସମ୍ପର୍କରେ ସିବିଆଇ ଦେଖାଇଥିବା ପ୍ରମାଣକୁ ସିସୋଦିଆ ଖଣ୍ଡନ କରିଥିଲେ। ସିବିଆଇ କାର୍ଯ୍ୟାଳୟରୁ ଫେରିବା ପରେ ସିସୋଦିଆ କହିଛନ୍ତି ଯେ ସେ କାହିଁକି ଆପ୍‌ରେ ଅଛନ୍ତି ସେ ସମ୍ପର୍କରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଅବକାରୀ ନୀତି ଅନିୟମିତତା ଅଭିଯୋଗକୁ ନେଇ ସିବିଆଇ ସିସୋଦିଆ ଓ ଅନ୍ୟ ୧୪ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସାଂସଦ ସଞ୍ଜୟ ସିଂହଙ୍କୁ ଉଠାଇ ନେଉଛି ପୁଲିସ

ଅନ୍ୟପଟେ ସିସୋଦିଆଙ୍କୁ ଜେରା କରାଯିବାକୁ ବିରୋଧ କରି ଆମ୍ ଆଦମୀ ପାର୍ଟି (ଆପ୍‌) ପକ୍ଷରୁ ସିବିଆଇ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆପ୍ ସାଂସଦ ସଞ୍ଜୟ ସିଂହଙ୍କ ନେତୃତ୍ବ ଆପ୍‌ର ଶହ ଶହ କର୍ମୀ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସୁରକ୍ଷା ଦୃଷ୍ଟି କୋଣରୁ ସିବିଆଇ କାର୍ଯ୍ୟାଳୟ ବାହାରେ ବ୍ୟାପକ ପୁଲିସ ମୁତୟନ ସହ ୧୪୪ଧାରା ଜାରି କରାଯାଇଥିଲା। ମାତ୍ର ଏହି ଧାରାକୁ ଅବମାନନା କରିଥିବାରୁ ସାଂସଦ ସଞ୍ଜୟ ସିଂହ ଓ ଅନ୍ୟ ନେତାଙ୍କୁ ପୁଲିସ ଅଟକ ରଖିଥିଲା। ପୁଲିସ ସଞ୍ଜୟଙ୍କ ହାତ ଗୋଡ ଧରି ଉଠାଇ ନେଇଥିଲା। ବିକ୍ଷୋଭ ସମୟରେ ପୁଲିସ ସହିତ ଧସ୍ତାଧସ୍ତିରେ ସଞ୍ଜୟ ସିଂହ ଆହତ ହୋଇଛନ୍ତି। ତାଙ୍କ କୁର୍ତ୍ତା, ପାଇଜାମା ଚିରି ଯାଇଥିଲା। ଏହାକୁ ନେଇ ସଞ୍ଜୟ କ୍ଷୋଭ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ଆଜି ତୁମେ ମୋର କୁର୍ତ୍ତା ଚିରିଛ; ଲୋକେ ନିର୍ବାଚନରେ ତୁମକୁ ଚିରିଦେବେ। ଆମେ ମୁଣ୍ଡ ନୁଆଁଇବୁ ନାହିଁ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories