ପାଟଣା: ପାଟଣା ବ୍ଲକ ଚିନାମାଳିପଶି ପଞ୍ଚାୟତ ନୂଆପଡ଼ା ଗ୍ରାମର ବାପଘରେ ଦୀର୍ଘ ଦିନ ଧରି ରହୁଥିବା ବାସନ୍ତୀ ବେହେରା (୫୫) ନାମ୍ନୀ ଜଣେ ମହିଳା ପୋଖରୀକୁ ଗାଧୋଇବାକୁ ଯାଇ ଗଭୀର ଜଳରେ ବୁଡି ଯାଇଥିଲେ। ଘର ଲୋକେ ଖୋଜାଖୋଜି କରି ତାଙ୍କୁ ପାଇ ନଥିବା ବେଳେ ଆଜି ସକାଳୁ ଗାଁ ପୋଖରୀରେ ତାଙ୍କ ମୃତଦେହ ଭାସୁଥିବା ଦେଖାଯାଇଥିଲା। ଏନେଇ ଘଟଗାଁ ପୁଲିସକୁ ସୂଚନା ଦିଆଯାଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡ଼ିଛି।
Popular Categories



