www.samajalive.in
Sunday, December 14, 2025
26.1 C
Bhubaneswar

ଡକାୟତି ପାଇଁ ଝରକା ଭାଙ୍ଗି ପଶିବାକୁ ଉଦ୍ୟମ, ଲୋକେ ଉଠିଯିବା ପରେ ଘଟଣାସ୍ଥଳ ଛାଡ଼ି ଫେରାର

ପାଟଣା: ଘଟଗାଁ ଥାନା ଅନ୍ତର୍ଗତ ୨୦ନଂ ଜାତୀୟ ରାଜପଥ ଅନ୍ତର୍ଗତ ଖଣ୍ଟଘର ପଥକର ଫାଟକ ନିକଟରେ ଘର କରିଥିବା ପ୍ରତିଷ୍ଠିତ ବ୍ୟବସାୟୀ ମକରଧ୍ବଜ ସାହୁଙ୍କ ଘରୁ ଗତ କାଲି ବଡ଼ ଧରଣର ଡ଼କାୟତି ଉଦ୍ୟମ ପଣ୍ଡ କରିଛନ୍ତି ସ୍ଥାନୀୟ ଲୋକେ। ଗତ ରାତି ଅନୁମାନ ୧୦ରୁ ୧୨ ଜଣ ଡକାୟତ ମକରଧ୍ବଜଙ୍କ ଘର ଗେଟ ଚାବି ଭାଙ୍ଗି ଘର ପରିସରରେ ପହଞ୍ଚି ଭଡ଼ା ଘରେ ରହୁଥିବା ଲୋକଙ୍କ କବାଟ ବାହାରପଟୁ ବନ୍ଦ କରିଦେଇଥିଲେ। ଏହା ପରେ ତାଙ୍କ ପୁଅ ଶୋଇଥିବା ଘର ଝରକା ଭାଙ୍ଗି ପଶିବା ସମୟରେ ପୁଅ ଚିତ୍କାର କରିବାରୁ ମକରଧ୍ବଜ ଡକାୟତ ପଶିଥିବା ଜାଣି ସ୍ଥାନୀୟ ବାସିନ୍ଦାଙ୍କୁ ଫୋନ୍ ଯୋଗେ ସୂଚନା ଦେଇଥିଲେ। ଢେଙ୍କିକୋଟର ସାମ୍ବାଦିକ ବିଶ୍ବରଂଜନ ପୃଷ୍ଟିଙ୍କ ସହ ଅଶେଷ କୁମାର ସାହୁ, ତାପସ ଓଝା ଓ ମାନସ ଓଝା ପ୍ରମୁଖ ତ୍ୱରିତ ଘଟଣା ସ୍ଥଳକୁ ଯାଇ ପହଞ୍ଚିବା ବେଳକୁ ଡକାୟତମାନେ ଭୟରେ ଫେରାର ହୋଇଯାଇଥିଲେ। ଫେରାର ହେବା ପୂର୍ବରୁ ସିସିଟିଭିର ହାର୍ଡ ଡିସ୍କ ସେମାନେ ଭାଙ୍ଗି ଦେଇଥିବା ଜଣାପଡିଛି। ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତରଣିସେନ ବାଗ ଘଟଣାର ତଦନ୍ତ କରୁଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories