ଫୁଲବାଣୀ: ଫୁଲବାଣୀ ସହର ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଭାରତର ପ୍ରତେକ ଜିଲାରେ ଅନୁଷ୍ଠିତ ହେବ ଏବଂ ଏହା ୩୦ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମକୁ ଭାରତର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଭିଡିଓ କନଫରେନ୍ସ ମାଧ୍ୟାମରେ ଶୁଭ ଉଦଘାଟନ କରିଛନ୍ତି । ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଆଜି ଫୁଲବାଣୀ ସହର ଠାରେ ସ୍ବଛ ଭାରତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଆଜିର ଏହି ଦିବସରେ ମୁଖ୍ୟ ଅତିଥି ଭାବରେ ସରକାରୀ ଆଇଟିଆର ଅଧକ୍ଷ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ଜିଲା ଯୁବ ଅଧିକାରୀ ନଭନୀତ କୁମାର, ସହକର୍ମୀ ସତ୍ୟବାନ ଦଳବେହେରା, ସ୍ୱେଚ୍ଛାସେବୀ ସୋନାଲି ଦିଗାଲ, ରୀତିମା ବାଘ, ଚନ୍ଦ୍ରମଣୀ ଦେହୁରୀ, ସିବେନ୍ଦ୍ର ଦିଗାଲ , ମିନି କହଁର , ସୁଭଦ୍ରା ମଲ୍ଲିକ,ଗୋବିନ୍ଦ କହ୍ନର, ସମୀର ପ୍ରଧାନ, ସୁରଭି କହ୍ନର, ପାନୁଆଲ ଡିଗାଲ,ବିକାଶ ନାୟକ, ଦିଗବିଜୟ ପ୍ରଧାନ, ଅଜିତ ମଝିଆ ସେଠ,ଚନ୍ଦନ ପୃଷ୍ଟି ପ୍ରମୁଖ ଉପ ସ୍ଥିତ ଥିଲେ। ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ୨୪ ହଜାର କେଜି ପ୍ଲାଷ୍ଟିକ ସଂଗ୍ରହ ହେବ ବୋଲି ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ଜିଲା ଯୁବ ଅଧିକାରୀ ସୂଚନା ଦେଇଥିଲେ।
Popular Categories



