ଆଠଗଡ : ଆଠଗଡ ଏନଏସି ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ସହରର ବିଭିନ୍ନ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ସାମୂହିକ ଦୀପଦାନ କରାଯାଇଛି । ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ, ସହରାଞ୍ଚଳ ବିଜେଡି ସଭାପତି ଶିଶିର ପ୍ରସାଦ ମାନସିଂହ, ମହିଳା ବିଜେଡି ସଭାପତି ସୁଷମା ପରିଡା, ଯୁବ ବିଜେଡି ସଭାପତି ଶିବଶଙ୍କର ଜେନା, ଉପନଗରପାଳ ବି.ଶୁଭ୍ରଶଙ୍କର ଜ୍ୟୋତି, ଯୁବନେତା ପ୍ରକାଶ ରାଉତ, ପ୍ରଦୀପ୍ତ ଦାସଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଓ କର୍ମୀ ଅଧିଷ୍ଠାତ୍ରୀ ଦେବୀ ମା ବାଉତୀ, ଅଟ୍ଟାଳି ଜଗନ୍ନାଥ ଦେବ, ଦକ୍ଷିଣଚଣ୍ଡୀ ମନ୍ଦିର ସମେତ ଅନ୍ୟାନ୍ୟ ଦେବାଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ନବୀନଙ୍କ ସୁଦୀର୍ଘ ତଥା ସୁସ୍ଥ ଓ ନିରାମୟ ଜୀବନ କାମନା କରି ସାମୁହିକ ଦୀପଦାନ କରିଥିଲେ।
Popular Categories



