www.samajalive.in
Sunday, December 14, 2025
14.1 C
Bhubaneswar

ଶିକ୍ଷିତ ସମାଜ ଗଠନ ନେଇ ଆଲୋଚନା

ଫୁଲବାଣୀ:କନ୍ଧମାଳ ଜିଲା ଫିରିଙ୍ଗିଆ ବିଜୁ କଲ୍ୟାଣ ମଣ୍ଡପ ଠାରେ ନିଖିଳ ଉତ୍କଳ ସାଧବ ଥୋରିଆ ସମାଜର ଏକ ସମାଜିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଥୋରିଆ ସମାଜ ଫିରିଙ୍ଗିଆ ପକ୍ଷରୁ ପ୍ରଥମ ଥର ପାଇଁ ଏହି ବୈଠକର ଆୟୋଜନ କରଯାଇଥିଲ। ଫିରିଙ୍ଗିଆ ଥୋରିଆ ସମାଜର ସଭାପତି ଲକ୍ଷ୍ମୀକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକକୁ ସମାଜର ସମ୍ପାଦକ ନବଘନ ସାହୁ ପରିଚାଳନା କରିଥିବା ବେଳେ ପଞ୍ଚରାଜ୍ୟ ସଭାପତି ପ୍ରଭାତ କୁମାର ସାହୁ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଧବ ଥୋରିଆ ସମାଜ ପ୍ରଚାର ପ୍ରସାର ସଂଘ ର କଟକ ଜିଲ୍ଲା ସଂଯୋଜକ ଅମରେନ୍ଦ୍ର ସାହୁ, ଭୁବନ ସଂଯୋଜକ ବ୍ରହ୍ମାନନ୍ଦ ସାହୁ, ପୁରୀ ଜିଲା ସଂଯୋଜକ ଦିଲୀପ କୁମାର ସାହୁ, ଜଗତସିଂହପୁର ସଂଯୋଜକ ଉମେଶ ଚନ୍ଦ୍ର ସାହୁ, ନିମାପଡା ସଂଯୋଜକ ଜୟନ୍ତ କୁମାର ସାହୁ, ରାଉରକେଲା ସଂଯୋଜକ ପ୍ରସନ୍ନଜିତ ସାହୁ ଏବଂ ସୁନ୍ଦରଗଡ ଜିଲା ସଂଯୋଜକ ଈଶ୍ୱର ବେହେରା ପ୍ରମୁଖ ଯୋଗଦେଇଥିଲେ।
କାର୍ଯ୍ୟକ୍ରମକୁ ଫିରିଙ୍ଗିଆ ଥୋରିଆ ସମାଜର ସହ ସମ୍ପାଦକ ମୃତ୍ୟୁଞ୍ଜୟ ସାହୁ, କୋଷାଧକ୍ଷ ଦିଲୀପ କୁମାର ସାହୁ, ବିଶ୍ୱଜିତ ସାହୁ, ରାଜକିଶୋର ସାହୁଙ୍କ ସହ ସମାଜର ସମସ୍ତ ଭାଇ ଓ ଭଉଣୀ ମାନେ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ସତ୍ୟବାଦୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକରେ ତୃଣମୂଳ ସ୍ତରରୁ ଥୋରିଆ ଜାତି କୁ ସୁଦୃଢ କରିବା, ଅନ୍ୟଜାତିମାନଙ୍କ ଭଳି ଏହି ଜାତିକୁ ମଧ୍ୟ ସରକାରୀ ସ୍ତରରେ ସ୍ୱୀକୃତି ପ୍ରଦାନ , ସମାଜକୁ ଶୃଙ୍ଖଳିତ କରି ଗଢିତୋଳିବା ସହ ରାଜ୍ୟ ଠାରୁ ଆରମ୍ଭ କରି ସାରା ଦେଶରେ ସମାଜକୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ଏବଂ ନିଶା ନିବାରଣ ଓ ସମାଜକୁ କିଭଳି ଭାବରେ ଏକ ଶିକ୍ଷିତ ସମାଜ ଗଠନ କରାଯାରିବ ସେନେଇ ଆଲୋଚନା ହୋଇଥିଲ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories