www.samajalive.in
Sunday, December 14, 2025
15.1 C
Bhubaneswar

୭୫ଟି ଡିଜିଟାଲ୍‍ ବ୍ୟାଙ୍କିଙ୍ଗ୍‍ ୟୁନିଟ୍‍କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ୭୫ଟି ଡିଜିଟାଲ୍‍ ବ୍ୟାଙ୍କିଙ୍ଗ୍‍ ୟୁନିଟ୍‍କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଦେଶର କୋଣ ଅନୁକୋଣରେ ଡିଜିଟାଲ ବ୍ୟାଙ୍କ ସେବାର ଉପକାର ପହଞ୍ଚାଇବା ପାଇଁ ଏହି ଶାଖାଗୁଡ଼ିକ ସ୍ଥାପନ କରାଯାଇଛି। ଏହି ଶାଖାଗୁଡ଼ିକ ଜରିଆରେ ଲୋକମାନଙ୍କୁ ଅନେକ ପ୍ରକାର ଡିଜିଟାଲ ବ୍ୟାଙ୍କ ସେବା ଯୋଗାଇ ଦିଆଯିବ। ଜମାଖାତା ଖୋଲିବା, ଜମାଖାତାରେ କେତେ ଅର୍ଥ ଅଛି ତାହା ଯାଞ୍ଚ କରିବା, ପାସ୍‍ବୁକ୍‍ ଛାପିବା, ଅର୍ଥ ପ୍ରେରଣ କରିବା, ଫିକ୍ସଡ୍‍ ଡିପୋଜିଟ୍‍, ଋଣ ଆବେଦନ, କ୍ରେଡିଟ ଓ ଡେବିଟ୍‍ କାର୍ଡ ପାଇଁ ଆବେଦନ, ଟିକସ ପ୍ରଦାନ ଓ ବିଲ୍‍ ଆଦି ଦେୟ କରିବାର ସୁବିଧା ଯୋଗାଇ ଦିଆଯିବ।
ପ୍ରଧାନମନ୍ତ୍ରୀ କହିଛନ୍ତି ଡିଜିଟାଲ୍‍ ବ୍ୟାଙ୍କିଙ୍ଗ୍‍ ୟୁନିଟ୍‍ ଗୁଡ଼ିକ ଲୋକମାନଙ୍କୁ ଶସ୍ତାରେ ଓ ସହଜରେ ବ୍ୟାଙ୍କିଙ୍ଗ୍‍ ସେବା ପ୍ରଦାନ କରିବ । ଏହି ଶାଖାଗୁଡ଼ିକ
ଜରିଆରେ ଲୋକମାନେ ଡିଜିଟାଲ୍‍ ବ୍ୟବସ୍ଥା ବିଷୟରେ ଅବଗତ ହୋଇପାରିବେ। ଗ୍ରାହକମାନଙ୍କୁ ସାଇବର ସୁରକ୍ଷା ଓ ଅନ୍ୟାନ୍ୟ ସୁରକ୍ଷା ବିଷୟରେ ମଧ୍ୟ ସୂଚନା ପ୍ରଦାନ କରାଯାଇପାରିବ।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଅବସରରେ କହିଛନ୍ତି ସରକାରଙ୍କ ଉନ୍ନୟନ ଲକ୍ଷ୍ୟ ହାସଲ ପାଇଁ କାରିଗରୀ ବିଦ୍ୟାକୁ ଉପଯୋଗ କରିବା ପ୍ରତି ଗୁରୁତ୍ୱ ଦିଆଯାଉଛି । ସେ କହିଛନ୍ତି ଅର୍ଥନୈତିକ ସାକ୍ଷରତା ଡିଜିଟାଲ ବ୍ୟାଙ୍କିଙ୍ଗ ଶାଖାଗୁଡ଼ିକ ଜରିଆରେ ବିକଶିତ କରାଯିବ । ଶ୍ରୀମତୀ ସୀତାରମଣ କହିଛନ୍ତି, ଡିଜିଟାଲ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଶସ୍ତା, ନିରାପତ୍ତା ଓ ଉପଭୋକ୍ତାମାନଙ୍କ ପାଇଁ ସୁରକ୍ଷିତ । ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି ୭୫ଟି ଜିଲ୍ଲାରେ ୬ମାସ ମଧ୍ୟରେ ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ଶାଖା ଖୋଲାଯାଇଛି। ବ୍ୟାଙ୍କ ସେବା କ୍ଷେତ୍ରରେ ନୂତନ ଓ କାରିଗରୀ ବିଦ୍ୟାର ଉପକାରିତାକୁ ଲୋକମାନଙ୍କ ମଧ୍ୟରେ ପହଞ୍ଚାଇବା ପାଇଁ ଉଦ୍ୟମର ଅଂଶବିଶେଷ ଭାବେ ଏହି ପଦକ୍ଷେପ ନିଆଯାଇଛି । ଶ୍ରୀ ଦାଶ କହିଛନ୍ତି ବ୍ୟାଙ୍କ ସେବା କ୍ଷେତ୍ରରୁ ଡିଜିଟାଲ ଭିତ୍ତିଭୂମି ଉପଲବ୍ଧତା ବୃଦ୍ଧି ପାଇଁ ରିଜର୍ଭ ବ୍ୟାଙ୍କ ପଦକ୍ଷେପ ନେଉଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories