www.samajalive.in
Saturday, December 13, 2025
18.1 C
Bhubaneswar

ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ବିନିକା ତହସିଲଦାରଙ୍କ ସରକାରୀ ବାସଭବନ

ବିନିକା: ସୁବର୍ଣ୍ଣପୁର ଜିଲା ବିନିକା ତହସିଲ କାର୍ଯ୍ୟାଳୟ ପରିସରସ୍ଥ ତହସିଲଦାରଙ୍କ ବାସଭବନ ଦୀର୍ଘମାସ ହେଲା ନାନା ପ୍ରକାର ଅଳିଆ ଆବର୍ଜନାରେ ଜରାଜୀର୍ଣ୍ଣ ହୋଇ ପଡ଼ିଛି। ଏଭଳି ପରିସ୍ଥିତି ଆଜକୁ ପ୍ରାୟ ୪ ମାସ ହେଲା ସୃଷ୍ଟି ହୋଇଥିଲେ ମଧ୍ୟ ସମସ୍ୟା ନିଜେ ତହସିଲ ସମେତ ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଶାସନ ଦେଖି ଚୁପ ରହିଛି। ଏସବୁ ଭିତରେ ତହସିଲଦାରଙ୍କ ସରକାରୀ ବାସଭବନ ଭିତରେ ହୋଇଥିବା ନାନା ପ୍ରକାର ଅଳିଆ ଆବର୍ଜନା ଭର୍ତ୍ତିକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ତେବେ ଦୀର୍ଘମାସ ହେଲା ବିନିକା ତହସିଲଦାରଙ୍କ ସରକାରୀ ବାସଭବନ ପରିସରରେ ଏତେ ପରିମାଣରେ ନାନା ପ୍ରକାର ଅଳିଆ ଆବର୍ଜନା ଭର୍ତ୍ତି ହୋଇଛି ଯେ ଏହା ପୌରାଞ୍ଚଳର ଏକ ଡମ୍ପିଂୟାର୍ଡ ଭଳି ଦେଖା ଯାଉଛି। ବାସଭବନ ସମ୍ମୁଖ ଉଭୟ ପାର୍ଶ୍ବରେ ସହରର ଦୈନିକ ବଜାର ଓ ଫୁଲମୁଠୀ ମହିଳା ମହାବିଦ୍ୟାଳୟ ପଟକୁ ରାସ୍ତା ରହିଥିବା ବେଳେ ଏହାର ସଂଲଗ୍ନ ତହସିଲ କାନ୍ଥ ବାହାରେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତ ଓ ତହସିଲ କାର୍ଯ୍ୟାଳୟ ରହିଛି। ତେବେ ବିନିକା ତହସିଲ ଓ କୋର୍ଟକୁ ଦୈନନ୍ଦିନ ବହୁ ସଂଖ୍ୟକ ଲୋକ ବିଭିନ୍ନ କାମରେ ଆସୁଥିବା ବେଳେ ଏହାର ପରିସରରେ ବସିବା ପରେ ତହସିଲଦାରଙ୍କ ବାସଭବନ ପଟରୁ ବାହାରୁ ଥିବା ଅଳିଆ ଆବର୍ଜନାର ଦୁର୍ଗନ୍ଧ ଯୋଗୁଁ ଲୋକେ ଭିତରେ ବସିପାରୁ ନ ଥିବା ଅଭିଯୋଗ ହେଉଛି। ବିନିକା ତହସିଲ କାର୍ଯ୍ୟାଳୟ ପରିସରରେ ଲୋକେ ଦୀର୍ଘମାସ ହେଲା ଏଭଳି ପରିସ୍ଥିତି ଭୋଗୁଥିବା ବେଳେ ଅଳିଆ ଆବର୍ଜନା ସଫା କରିବା ନେଇ ତହସିଲ ପ୍ରଶାସନ କିମ୍ବା ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଶାସନ ସମସ୍ୟା ଜାଣି ନୀରବଦ୍ରଷ୍ଟା ସାଜିଥିବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ତହସିଲ କାର୍ଯ୍ୟାଳୟରେ ତହସିଲଦାର, ଅତିରିକ୍ତ ତହସିଲଦାରଙ୍କ ସମେତ ମୁଖ୍ୟ କିରାଣୀ ଓ ସମୂହ କର୍ମଚାରୀ ଏସବୁ ପରିସ୍ଥିତିକୁ ଦୈନନ୍ଦିନ ଦେଖି ଏହାକୁ ସଫା କରିବା ନେଇ ଚୁପ ରହିବା ଘଟଣା ଅଞ୍ଚଳବାସୀଙ୍କୁ ବ୍ୟଥିତ କରିଛି। ଏଥିପାଇଁ ବିନିକା ତହସିଲ କାର୍ଯ୍ୟାଳୟ ସ୍ଥିତ ତହସିଲଦାରଙ୍କ ସରକାରୀ ବାସଭବନ ଭୂତକୋଠୀରେ ପରିଣତ ହୋଇଥିବା ନେଇ ବିଭିନ୍ନ ମହଲରେ କ୍ଷୋଭ ପ୍ରକାଶ ପାଉଛି। ତେଣୁ ସମସ୍ୟା ସମ୍ପର୍କରେ ଜିଲା ପ୍ରଶାସନ ଦୃଷ୍ଟିଦେଇ ବିନିକା ତହସିଲଦାରଙ୍କ ସରକାରୀ ବାସଭବନରେ ଦୀର୍ଘମାସ ହେଲା ନାନା ପ୍ରକାର ଅଳିଆ ଆବର୍ଜନା ଜମି ରହିଥିବା ମଇଳା ଗୁଡ଼ିକୁ ତୁରନ୍ତ ସଫେଇ କରିବା ପାଇଁ ଜନ ସାଧାରଣରେ ଦାବି ହେଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories