www.samajalive.in
Friday, December 12, 2025
15.1 C
Bhubaneswar

ଭାରତ ମହିଳା ଏସିଆ କପ୍ କ୍ରିକେଟ ଚାମ୍ପିୟନ

ସିଲ୍‌ହଟ୍‌ :  ଭାରତ ମହିଳା ଏସିଆ କପ୍ କ୍ରିକେଟ ଚାମ୍ପିୟନ ହୋଇଛି ।  ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରି ଭାରତୀୟ ମହିଳା କ୍ରିକେଟ ଦଳ ଏସିଆ କପ୍ ବିଜୟୀ ହୋଇଛି । ଭାରତୀୟ ମହିଳା କ୍ରିକେଟ ଦଳ ୮ମ ଥର ପାଇଁ ମହିଳା ଏସିଆ କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଥିବା ବେଳେ ୭ମ ଥର ପାଇଁ ଚାମ୍ପିୟନ ହୋଇଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ମହିଳା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୬୫ ରନ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ରେଣୁକା ସିଂହ ସର୍ବାଧିକ  ତିନି ୱିକେଟ ହାସଲ କରିଥିବା ରାଜଶ୍ବେରୀ ଓ ସ୍ନେହ ୨ଟି ଲେଖାଏଁ  ୱିକେଟ ହାସଲ କରିଥିଲେ। ଦୀର୍ଘ ୧୪ ବର୍ଷ ପରେ ଶ୍ରୀଲଙ୍କା ପ୍ରଥମଥର ଏସିଆ କପ୍‌ ଫାଇନାଲରେ ପହଞ୍ଚିଥିବା ବେଳେ ତାକୁ ନିରାଶ ହେବାକୁ ପଡିଛି।

୬୬ ରନର ବିଜୟ ଲକ୍ଷ୍ୟ ନେଇ ଭାରତୀୟ ମହିଳା ଦଳ ସ୍ବୃତି ମାନ୍ଧାନାଙ୍କ ଅର୍ଦ୍ଧଶତକ ବଳରେ ୮.୩ ଓଭରରେ ୨ ୱିକେଟ ହରାଇ ବିଜୟ ଳକ୍ଷ୍ୟ ହାସଲ କରି ନେଇଥିଲା।  ଭାରତ ୮.୩ ଓଭରରେ ୨ ୱିକେଟ ହରାଇ ୭୧ ରନ ସଂଗ୍ରହ କରି ସହଜ ବିଜୟ ହାସଲ କରିଛି। ଆଜି ତିନି ୱିକେଟ ହାସଲ କରିଥିବା ରେଣୁକା ସିଂହ ପ୍ଲେୟାର ଅଫ୍ ଦ ମ୍ୟାଚ୍ ହୋଇଥିବା ବେଳେ ଦିପ୍ତୀ ଶର୍ମା ପ୍ଲେୟାର ଅଫ୍ ଦ ସିରିଜ ବିବେଚିତ ହୋଇଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories