ବ୍ରଣ ସମସ୍ୟା ସଭିଁଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ। ବିଶେଷ କରି ଯୁବତୀଙ୍କ ପାଇଁ ଏହା ଏକ ବଡ ସମସ୍ୟା। ତେବେ କିଛି ସହଜ ଉପାୟ ଜାଣନ୍ତୁ ଯାହା ଦ୍ୱାରା ଏହି ବ୍ରଣ ସସମ୍ୟା ଦୂର ହେବାରେ ବେଶ ସହାୟକ ହୋଇଥାଏ।
ମହୁ ଓ ହଳଦୀ – ମହୁ ଓ ହଳଦୀର ମିଶ୍ରଣ ବ୍ରଣ ପାଇଁ ଖୁବ ପ୍ରଭାବଶାଳୀ ହୋଇଥାଏ। ଏହାକୁ ବ୍ୟବହାର ପାଇଁ ଏକ ଚାମଚ ହଳଦୀ ଗୁଣ୍ଡରେ ମହୁ ମିଶାଇ ନିଜ ତ୍ୱଚାରେ ଲଗାଇ ୨୦ ମିନିଟ ରଖନ୍ତୁ। ପରେ ଏହାକୁ ଧୋଇ ଦିଅନ୍ତୁ।
ଏକ ଚାମଚ ଡାଲଚିନି ଗୁଣ୍ଡ ସହ ମହୁ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ଏହା ତ୍ୱଚାରେ ଥିବା କ୍ଷତିକାରୀ ବ୍ୟାକ୍ଟେରିଆକୁ ନଷ୍ଟ କରିଥାଏ। ବ୍ରଣ ସମସ୍ୟା ଦୂର କରିଥାଏ।
ଏହି ଉପାୟ ଦୂର କରିବ ବ୍ରଣ ସମସ୍ୟା
Popular Categories



