www.samajalive.in
Friday, December 12, 2025
16.1 C
Bhubaneswar

ବଲାଙ୍ଗିର ଗସ୍ତରେ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୁଜାରୀ

ବଲାଙ୍ଗିର : ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ତଥା ବଲାଙ୍ଗିର ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଇଂ.ରୋହିତ ପୁଜାରୀ ଶନିବାର ପ୍ରଥମ ଥର ବଲାଙ୍ଗିର ଗସ୍ତ କରିଛନ୍ତି।

ସ୍ଥାନୀୟ ଭୀମ ଭୋଇ ଡାକ୍ତରଖାନା ପରିସରରେ ତରଳିକୃତ ଭେଷଜ ଅମ୍ଳଜାନ ପ୍ଲାଣ୍ଟ (ଏଲ୍ଏମ୍ଓ ) ୧୩ କଏଲର ଲୋକାର୍ପଣ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ  ଶ୍ରୀ  ପୁଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସହ ଜିଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଜିଲାପାଳ ଚଞ୍ଚଳ ରାଣା, ପୌରାଧ୍ୟକ୍ଷା ଲିକା ସାହ, ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀଙ୍କ ସହ ହସ୍‌ପିଟାଲ ଅଧୀକ୍ଷକ ମହେନ୍ଦ୍ର ନାୟକ ଉପସ୍ଥିତ ଥିଲେ ।

ସେହିପରି ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ପୁଜାରୀ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ ଯାଇଥିଲେ। ସେଠାରେ କୁଳପତି ଡ.ଉମାବଲ୍ଲଭ ମହାପାତ୍ର ଓ ଅନ୍ୟମାନେ ତାଙ୍କୁ ସ୍ବାଗତ କରିଥିଲେ । ବିଶ୍ବବିଦ୍ୟାଳୟର ଆଲୁମିନି(ପୂର୍ବ ଛାତ୍ର) ସଂଘର ପ୍ରଭାସ ପାଣିଗ୍ରାହୀ, ଆଇନଜୀବୀ ଭବାନୀ ଶଙ୍କର ଶତପଥୀ ଓ ଅନ୍ୟ ସଦସ୍ୟମାନେ ବିଶ୍ବବିଦ୍ୟାଳୟ ପାଇଁ ଅତିରିକ୍ତ ଜମି, ଭିତ୍ତିଭୂମି ବିକାଶ, ଆବଶ୍ୟକ ୧୨୮ ପ୍ରଧ୍ୟାପକ, ଅଧ୍ୟାପକ ପଦ ପୂରଣ ସହ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories