ଶୋପିଆନ୍ : ପୁଣି କାଶ୍ମୀରରେ କାଶ୍ମୀର ପଣ୍ଡିତଙ୍କୁ ହତ୍ୟା। ଆଜି ଦକ୍ଷିଣ କାଶ୍ମୀରର ଜିଲା ଶୋପିଆନ୍ ରେ ଜଣେ କାଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗୁଳି ଚାଳନା ପରେ ଉକ୍ତ ପଣ୍ଡିତ ଗୁରୁତର ଆହତ ହେବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲା। ମାତ୍ର ତାଙ୍କର ମୃତ୍ୟୁ ଘଟିଛି।
ସୂଚନା ଯୋଗ୍ୟ, ଜିଲା ଶୋପିଆନ୍ ରେ ଚୌଧରି ଗୁଣ୍ଡ ଅଞ୍ଚଳରେ ଆତଙ୍କବାଦୀ ମାନେ କାଶ୍ମୀର ପଣ୍ଡିତ ପୁରଣ କୃଷ୍ଣ ଭଟଙ୍କୁ ଗୁଳି କରି ଗୁରୁତର ଆହତ କରିଥିଲେ। ଗୁଳି ଚାଳନା କରିବା ପରେ ଆତଙ୍କବାଦୀ ଫେରାର ହୋଇଯାଇଥିଲେ। ଖବର ପାଇ ପୁଲିସ ଓ ସୁରକ୍ଷାକର୍ମୀ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଅଞ୍ଚଳକୁ ଘେରାଉ କରିଛନ୍ତି। ତଲାସି ଅଭିଯାନ ଜାରି ରହିଛି।
ପୁଣି କାଶ୍ମୀର ପଣ୍ଡିତଙ୍କୁ ହତ୍ୟା
Popular Categories



