www.samajalive.in
Saturday, December 6, 2025
26.1 C
Bhubaneswar

କଲମପୁର ଓ ଥୁଆମୁଳ ରାମପୁର ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

କଲମପୁର : କଲମପୁର ଏବଂ ଥୁଆମୁଲ ରାମପୁର ବ୍ଲକ ବିଜୁ ଯୁବ ଏବଂ ଛାତ୍ର ଜନାତା ଦଳ ତରଫରୁ ଆୟୋଜିତ ହୋଇଛି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସର ଶୁଭ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲମପୁର ରୁ ୩୮ ଏବଂ ଥୁଆମୁଳ ରାମପୁରରୁ ୬୩ ସର୍ବମୋଟ ୧୦୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।
କଲମପୁର ବିଜୁ କଲ୍ୟାଣ ମଣ୍ଡପ ଠାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ୩୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ରକ୍ତ ଦାନ ମହତ୍ ଦାନ ଏହି ଉଦ୍ଦେଶ୍ୟ ରଖି ରକ୍ତଦାତା ମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଧର୍ମଗଡ ଉପକଣ୍ଡ ସ୍ୱାସ୍ଥ୍ୟ ଚିକିତ୍ସାଳୟ ଅଧିନସ୍ଥ ରକ୍ତ ଭଣ୍ଡାର କର୍ମଚାରୀ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରକ୍ତ ସଂଗ୍ରହ କରିଥିଲେ। ଏଥିରେ ଧର୍ମଗଡ ବିଧାୟକ ମୌଷଧି ବାଗଙ୍କ ସମେତ ଡାକ୍ତର ସମ୍ବିତ ମହାନ୍ତି, ଡାକ୍ତର ଅମିୟ କୁମାର ଜଗଦଲା, ଜିଲ୍ଲା ପରିଷଦ ସଭ୍ୟା ଦୁହିତା ମାଝି, ନିବେଦିତା ହଂସ ନାରୀ ନେତ୍ରୀ ମଧୁଛନ୍ଦା ଭଞ୍ଜ, ବ୍ଲକ ବିଜୁ ଜନତା ଦଳର ସଭାପତି ନବିନ କୁମାର ପଣ୍ଡା, ବ୍ରଜ ମୋହନ ଠାକୁର, ଚନ୍ଦ୍ର ମଣି ନିଆଲ, ସଂଖ୍ୟା ଲଘୁ ସେଲ ସଭାଭତି ସୟେଦ ଅମିର ଅଲ୍ଲୀ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ବିଜୁ ଜନତା ଦଳ ଯୁବ ମୋର୍ଚ୍ଚାର ସଭାପତି ମନୋଜ କୁମାର ନାଏକ ଏବଂ ଛାତ୍ର ସଂଗଠନର ସଭାପତି ମିଲିନ ପାତ୍ରଙ୍କ ନେତୃତ୍ୱରେ ରକ୍ତ ଦାତା ମାନେ ରକ୍ତ ଦାନ କରିଥିଲେ। ନବ କିଶୋର ନାଗ, ମଣ୍ଟୁ ସିଂ ପ୍ରମୁଖ ଯୁବ କର୍ମୀ ସହଯୋଗ କରିଥିଲେ।

ସେହିଭଳି ଥୁଆମୁଳ ରାମପୁର ବ୍ଲକ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆୟୋଜିତ ହେଇଥିଲା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ। ଏଥିରେ ସର୍ବମୋଟ ୬୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଭବାନିପାଟଣା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ର କର୍ମଚାରୀ ଉପସ୍ତିତ ରହି ରକ୍ତ ସଂଗ୍ରହ କରିଥିଲେ। ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ଥୁଆମୁଳ ରାମପୁର ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ, ମାଣିକ୍ୟ ଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories