www.samajalive.in
Saturday, December 6, 2025
23.1 C
Bhubaneswar

‘ସମାଜ’ ପ୍ରଭାବ ; ମଧ୍ୟାହ୍ନ ଭୋଜନରେ ଅନିୟମିତା ଘଟଣାର ତଦନ୍ତ କଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ

କଲମପୁର : ଗତ ଗୁରୁବାର ଦିନ ମଧ୍ୟାହ୍ନ ଭୋଜନରେ ଭାତ ବଦଳରେ କିଛି ଛାତ୍ରଙ୍କୁ ବିସ୍କୁଟ ଦେବା ଘଟଣାକୁ ନେଇ କଲମପୁର ବ୍ଲକ ଅଧିନସ୍ଥ ଟେମରା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଉତେଜନା ଦେଖାଦେଇଥିଲା। ଏଭଳି ଅନିୟମିତତା ବାରମ୍ବାର ହେଉଥିବାରୁ ଗ୍ରାମବାସୀ, ଅବିଭାବକ ଏବଂ ବିଦ୍ୟାଳୟ ପରିଚାଳନା କମିଟି ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପଣ୍ଡା ଏଭଳି ଅନିୟମିତତା କରୁଥିବା ନେଇ ଗ୍ରାମବାସୀ ବାରମ୍ବାର ଶିକ୍ଷା ବିଭାଗ ଅଧିକାରୀଙ୍କୁ ଅବଗତ କରୁଥିଲେ ମଧ୍ୟ କୌଣସି ପଦକ୍ଷେପ ନନେବା ପରିତାପର ବିଷୟ।
ଗୁରୁବାର ଦିନ କିନ୍ତୁ ଏହି ଅସନ୍ତୋଷ ବ୍ୟାପକ ରୁପ ଧାରଣ କରିଥିଲା। ପ୍ରାପ୍ତ ସୁଚନା ଅନୁସାରେ ମଧ୍ୟାହ୍ନ ଭୋଜନ ରାନ୍ଧିବା ଦାୟିତ୍ୱରେ ଥିବା ଦୁଇଜଣ ପାଚିକା ଏବଂ ସହାୟିକା ଛାତ୍ର ଛାତ୍ରୀଙ୍କ ଖାଦ୍ୟ ପାଇଁ ରନ୍ଧନ ସାମଗ୍ରୀ ମାଗିଥିଲେ। କିନ୍ତୁ ଜାଣି ଶୁଣି ଦୀର୍ଘ ସମୟ ଧରି ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡା ରନ୍ଧାନ ସାମଗ୍ରୀ ଦେଇନଥିଲେ। ଦିନ ୧୨ଟା ପରେ ଯେଉଁ ସାମଗ୍ରୀ ଦେଲେ ସେଥିରେ ଉପସ୍ଥିତ ଥିବା ୧୨୨ ଜଣ ଛାତ୍ର ଛାତ୍ରୀଙ୍କୁ ଖାଦ୍ୟ ନିଅଣ୍ଟ ହେଇଥିଲା। ଏନେଇ ଅବିଭାବକ ମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବା ସହ କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସମେତ ଶିକ୍ଷା ବିଭାଗର ଅଧିକାରୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ପରିଚାଳନାରେ ରିତିମତ ଅନିୟମିତତା ହେଉଥିବା ନେଇ ଅଭିଯୋଗ କରିଥିଲେ। ଏନେଇ ‘ସମାଜ’ ଖବର କାଗଜରେ ଖବର ପ୍ରକାଶିତ ହେବା ପରେ କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ଜୟପାଟଣା ଶିକ୍ଷା ଅଧିକାରୀ ଧରମା ପ୍ରଧାନଙ୍କ ସୁଚନା କ୍ରମେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବାଲ ଗୋପାଳ ତେଣ୍ଡକାରୀ , ଆଂଚଳିକ ସାଧାନ କେନ୍ଦ୍ର ସଂଯୋଜକ ସନାତନ ଭଞ୍ଜ, ମନୋଜ କୁମାର ମେହେର ଟେମରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପହଂଚି ଘଟଣାର ତଦନ୍ତ କରିଥିଲେ। ଗ୍ରାମବାସୀ, ଅବିଭାବକ, ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାନେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡାଙ୍କ ଅନିୟମିତତା ସମ୍ବନ୍ଧରେ ଦର୍ଶାଇବା ସହ ତୁରନ୍ତ ଏଭଳି ଶିକ୍ଷକଙ୍କୁ ଟେମରା ପ୍ରାଥମିକ ବିଦ୍ୟାଳୟରୁ ଅପସାରଣ କରିନେବା ପାଇଁ ଦାବି କରିଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories