www.samajalive.in
Wednesday, December 10, 2025
23.1 C
Bhubaneswar

ଅବ୍‌ଦୁଲ କଲାମ୍

ଭାରତର ମିସାଇଲ୍ ମ୍ୟାନ୍‌ ଭାବେ ପରିଚିତ ଏ.ପି.ଜେ.ଅବଦୁଲ୍ କଲାମ୍ ୧୯୩୧ ଅକ୍ଟୋବର ୧୫ରେ ଜନ୍ମଗ୍ରହଣ କରିଥିଲେ । ମାଡ୍ରାସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ୧୯୬୦ରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ଡିଆରଡିଓରେ ଜଣେ ବୈଜ୍ଞାନିକ ଭାବେ କାମ କରିଥିଲେ। ୨୦୦୨ ଜୁଲାଇ ୨୫ ତାରିଖରୁ ୨୦୦୭ ଜୁଲାଇ ୨୫ ପର୍ଯ୍ୟନ୍ତ ଭାରତର ୧୧ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ବୈଜ୍ଞାନିକ ବିକ୍ରମ ସାରାଭାଇଙ୍କ ଅଧୀନରେ ଗଠିତ ଆଇଏନସିଓଏସପିଏଆର୍ କମିଟିରେ କଲାମ୍ ସାମିଲ ହେବାର ସୁଯୋଗ ପାଇଥିଲେ। ଭାରତର ପ୍ରଥମ ସାଟେଲାଇଟ୍ ଲଞ୍ଚ୍ ଭେହିକିଲ୍ (ଏସଏଲଭି-୩) ପ୍ରୋଜେକ୍ଟର ନିର୍ଦେଶକ ଥିଲେ ବୈଜ୍ଞାନିକ ଅବଦୁଲ କଲାମ। ୧୯୯୮ ପୋଖରାନ୍-୨ ପରମାଣୁ ବୋମା ପରୀକ୍ଷଣରେ ତାଙ୍କର ମୁଖ୍ୟ ଭୂମିକା ଥିଲା। ଅବଦୁଲ କଲାମ ଏକାଧିକ ପୁସ୍ତକ ମଧ୍ୟ ରଚନା କରିଛନ୍ତି। ‘ୱିଙ୍ଗସ୍ ଅଫ୍ ଫାୟାର’ ହେଉଛି ତାଙ୍କର ଆତ୍ମଜୀବନୀ। ଏହା ବ୍ୟତୀତ ସେ ମିଶନ୍ ଇଣ୍ଡିଆ, ଇନସ୍ପାୟରିଂ ଥଟ୍ସ ଭଳି ଅନେକ ବହି ଲେଖିଛନ୍ତି। ୧୯୮୧ରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ। ୧୯୯୦ରେ ତାଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଥିଲା। ୧୯୯୭ ମସିହାରେ ତାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରାଯାଇଥିଲା। ୧୯୯୮ରେ ଅବଦୁଲ କଲାମଙ୍କୁ ଭାରତ ସରକାର ‘ବୀର ସଭରକର ପୁରସ୍କାର‘ ପ୍ରଦାନ କରିଥିଲେ। ଏହା ସହିତ ସେ ଏକାଧିକ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଉପାଧି ପାଇଥିଲେ। ଆକସ୍ମିକ ହୃଦ୍‌ଘାତରେ ଅବଦୁଲ କଲାମ ୨୦୧୫ ଜୁଲାଇ ୨୭ରେ ପ୍ରାଣ ହରାଇଥିଲେ।

Hot this week

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

Related Articles

Popular Categories