www.samajalive.in
Saturday, December 6, 2025
23.1 C
Bhubaneswar

ଢେଙ୍କାନାଳ ଜିଲ୍ଲା ଆନ୍ତଃ ବିଦ୍ୟାଳୟ ଫୁଟବଲ୍ ଟୁର୍ନାମେଣ୍ଟ

କାମାକ୍ଷାନଗର : ଢେଙ୍କାନାଳ ଷ୍ଟାଡିୟମ ଠାରେ ଫିଫା ଦ୍ବାରା ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ୍ ବାଳକ ବାଳିକା ମାନଙ୍କର ଆନ୍ତଃ ବିଦ୍ୟାଳୟ ସ୍ତରୀୟ ଫୁଟବଲ୍ ଟୁର୍ନାମେଣ୍ଟ କୋଭିଡ -୧୯ ନିୟମ ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି। ଏହି ଫୁଟବଲ୍ ଟୁର୍ନାମେଣ୍ଟରେ ମୁଖ୍ୟଅତିଥି ଭାବରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଯୋଗଦେଇ ‘ ଶୃଙ୍ଖଳା ହେଉଛି ଫୁଟ୍ ବଲ ଖେଳର ମୂଳମନ୍ତ୍ର, ତେଣୁ, ଖେଳାଳି ମାନେ ଏହାକୁ ଅନୁପାଳନ କରି ଦଳଗତ ଶୃଙ୍ଖଳା ରକ୍ଷା କଲେ ବିଜୟ ସୁନିଶ୍ଚିତ ‘ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ।
ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଯୋଗଦେଇ କ୍ରୀଡ଼ାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ। ଅଲମ୍ପିକ୍ସ ଖେଳାଳୀ କେ. ରବି କୁମାର ‘ କ୍ରୀଡ଼ାକୁ ଜୀବନର ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ କରିପାରିଲେ ହିଁ ବିଶ୍ବସ୍ତରୀୟ ସଫଳତା ହାସଲ ନିଶ୍ଚିତ ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ। ମଞ୍ଚାସୀନ ଅତିଥି ମାନେ ବିଭିନ୍ନ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଓଡ଼ିଶା ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଦତ୍ତ ଫୁଟ୍ ବଲ ସବୁକୁ ବଣ୍ଟନ କରିଥିଲେ।
ଢେଙ୍କାନାଳ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡ଼ା ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଢେଙ୍କାନାଳ ଜିଲ୍ଲା ସ୍କୁଲ୍ ସ୍ପୋର୍ଟସ ଆସୋସିଏସନର ସହ ସମ୍ପାଦକ ତଥା ବରିଷ୍ଠ କ୍ରୀଡ଼ା ଶିକ୍ଷକ ନରେଶ କୁମାର ମହାରଣା ମଞ୍ଚାସୀନ ଅତିଥି ମାନଙ୍କୁ ଖେଳାଳୀ ମାନଙ୍କ ସହିତ ପରିଚୟ ପ୍ରଦାନ ଓ କର ମର୍ଦ୍ଦନ କରାଇଥିଲେ। ଅନ୍ୟତମ କ୍ରୀଡ଼ା ଶିକ୍ଷକ ବିପିନ ବିହାରୀ ସାହୁ ଘୋଷକ ଭାବରେ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରି ଫୁଟ୍ ବଲ ମ୍ୟାଚ୍ ଗୁଡ଼ିକର ଧାରା ବିବରଣୀ ପ୍ରଦାନ କରିଥିଲେ। ଢେଙ୍କାନାଳ ଜିଲ୍ଲା କ୍ରୀଡ଼ାସଂଘର ସମ୍ପାଦକ ନଳିନୀ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories