www.samajalive.in
Saturday, December 6, 2025
23.1 C
Bhubaneswar

ଉଷୁମ ଖାଦ୍ୟରେ ବ୍ୟବହାର କରନ୍ତୁ ନାହିଁ ଲେମ୍ବୁ

ଲେମ୍ବୁ ପ୍ରତ୍ୟେକ ଘରେ ଉପଲବ୍ଧ। କେତେକଙ୍କ ପ୍ରିୟ ଖାଦ୍ୟ ଜିନିଷ ମଧ୍ୟରୁ ଏହା ଗୋଟିଏ। ଓଜନ ହ୍ରାସ ଠାରୁ ଆରମ୍ଭ କରି ଖାଦ୍ୟର ସ୍ୱାଦ ବଢାଇବା ପାଇଁ ବ୍ୟବହାର କରାଯାଇଥାଏ। ଲେମ୍ବୁ ବ୍ୟବହାର ଦ୍ୱାରା ହିଁ ସାଲାଡ୍‌‌ ଓ ଚାଟ୍‌‌ର ସ୍ୱାଦ ଅଧିକ ଲାଗି ଥାଏ। ମାତ୍ର କେବଳ ଖାଦ୍ୟର ସ୍ୱାଦ ନୁହେଁ ଏଥିରେ ଅନ୍ୟାନ୍ୟ ଭିଟାମିନ୍‌‌ ମଧ୍ୟ ଭରପୁର ପରିମାଣରେ ରହିଛି। ଏଥିରେ ଭିଟାମିନ୍‌‌ ସି, ଭିଟାମିନ ବି୬,ଭିଟାମିନ୍‌‌ ଏ, ଭିଟାମିନ୍‌‌ ଇ ରହିଛି। ନିଜ ପସନ୍ଦ ଅନୁଯାୟୀ ସଭିଏଁ ଏହାକୁ ବିଭିନ୍ନ ଖାଦ୍ୟରେ ବ୍ୟବହାର କରି ଥାଆନ୍ତି। ମାତ୍ର ଉଷୁମ ଖାଦ୍ୟ କିମ୍ବା ଉଷୁମ ପାନୀୟରେ ଲେମ୍ବୁ ରସ ମିଶାଇ ଆଦୌ ସେବନ କରିବା ଉଚିତ ନୁହେଁ। ଜାଣନ୍ତୁ..
ଅନେକ ସମୟରେ ବିଭିନ୍ନ ଖାଦ୍ୟରେ ଲୋକେ ନିଜ ରୁଚି ଅନୁଯାୟୀ, ଲେମ୍ବୁ ରସ ବ୍ୟବହାର କରିଥାଆନ୍ତି। ମାତ୍ର ଆପଣ ଜାଣି କରି ଆଶ୍ଚର୍ଯ୍ୟ ହେବେ ଉଷୁମ ଖାଦ୍ୟରେ ଲେମ୍ବୁ ରସ ମିଶାଇବା ଦ୍ୱାରା ଏଥିରେ ଭିଟାମିନ୍‌‌ ସିର ମାତ୍ରା ନଷ୍ଟ ହୋଇଥାଏ।
ଉଷୁମ ଖାଦ୍ୟର ସଂସ୍ପର୍ଶରେ ଆସିବା ପରେ ଲେମ୍ବୁରେ ଥିବା ଭିଟାମିନ ସି ନଷ୍ଟ ହେବା ସହ ଖାଦ୍ୟର ପୋଷକ ତତ୍ତ୍ୱ ମଧ୍ୟ ନଷ୍ଟ ହୋଇଥାଏ। ଖାଦ୍ୟ ଖରାପ ମଧ୍ୟ ହୋଇଥାଏ। ଏହି ଖାଦ୍ୟ ସେବନ ଦ୍ୱାରା ପେଟ ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ।
ବିଶେଷଜ୍ଞଙ୍କ ମତାନୁଯାୟୀ, ଲେମ୍ବୁ କେଶ ଓ ତ୍ୱଚା ପାଇଁ ଖୁବ ଉପକାରୀ। ଏହାର ସେବନ ଦ୍ୱାରା ଗଳାରେ ଥିବା ସଂକ୍ରମଣ, ଏସିଡିଟି, ମୋଟାପଣ ଆଦି ଦୂର କରିବାରେ ବେଶ ସହାୟକ ହୋଇଥାଏ। ଓଜନ ହ୍ରାସ ପାଇଁ ନିଜ ଖାଦ୍ୟରେ ଲେମ୍ବୁ ନିଶ୍ଚୟ ସାମିଲ କରନ୍ତୁ।

 

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories