www.samajalive.in
Friday, December 12, 2025
16.1 C
Bhubaneswar

ଭାରତ-ଥାଇଲାଣ୍ଡ ସେମିଫାଇନାଲ ଆଜି

ସିଲ୍‌ହଟ୍‌  : ବାଂଲାଦେଶରେ ସିଲ୍‌ହଟରେ ଚାଲିଥିବା ମହିଳା ଏସିଆ କପ୍‌ ଟ୍ବେଣ୍ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗୁରୁବାର ପ୍ରଥମ ସେମିଫାଇନାଲ ମ୍ୟାଚ ଭାରତ ଓ ଥାଇଲାଣ୍ଡ ମଧ୍ୟରେ ଖେଳାଯିବ। ଭାରତ ୮ମ ଥର ପାଇଁ ଫାଇନାଲ ଖେଳିବାର ଲକ୍ଷ୍ୟ ରଖିଥିବାବେଳେ ଥାଇଲାଣ୍ଡ ଚମତ୍କାରିତା ଲକ୍ଷ୍ୟରେ ଖେଳିବ। ହରମାନପ୍ରୀତ କୌରଙ୍କ ନେତୃତ୍ବାଧିନ ଭାରତ ଲିଗ୍‌ ପଯ୍ୟାୟରେ ୬ଟି ମ୍ୟାଚରୁ ୫ଟି ବିଜୟ ଓ ଗୋଟିଏ ପରାଜୟ ସହ ୧୦ ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନ ସହ ସେମିଫାଇନାଲରେ ପହଞ୍ଚିଛି। ଦଳ ଶ୍ରୀଲଙ୍କାକୁ ୪୧ରନ, ମାଲେସିଆକୁ ୩୦ରନ, ୟୁଏଇକୁ ୧୦୪ରନ, ବାଂଲାଦେଶକୁ ୫୯ରନ ଓ ଥାଇଲାଣ୍ଡକୁ ୯ ୱିକେଟରେ ପରାସ୍ତ କରିଥିବାବେଳେ ପାକିସ୍ତାନ ନିକଟରୁ ୧୩ରନରେ ପରାଜିତ ହୋଇଥିଲା। ଅନ୍ୟପକ୍ଷରେ ଥାଇଲାଣ୍ଡ ୬ଟି ମ୍ୟାଚରୁ ୩ଟି ବିଜୟ ଓ ୩ଟି ପରାଜୟ ସହ ୬ ପଏଣ୍ଟ ପାଇ ଟେବୁଲର ୪ର୍ଥ ସ୍ଥାନ ସହ ସେମିଫାଇନାଲରେ ପହଞ୍ଚିଛି। ଉଭୟ ଦଳ ଲିଗ୍‌ ପର୍ଯ୍ୟାୟ​‌େ​‌ର ମୁହଁାମୁହିଁ ହୋଇଥିଲେ। ଏଥିରେ ଭାରତ ସହଜରେ ବିଜୟୀ ହୋଇଥିଲା। ଭାରତ ଉକ୍ତ ସଫଳତାକୁ ଦୋହରାଇବା ସହିତ ଫାଇନାଲକୁ ଉନ୍ନୀତ ହେବା ନେଇ ଆଶାବାଦୀ ରହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories