www.samajalive.in
Sunday, December 14, 2025
26.1 C
Bhubaneswar

ସିଙ୍ଗାରି ଘାଟିରେ ୨ ବାଇକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା – ତିନି ଗୁରୁତର

କଲମପୁର :କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର-କଲମପୁର ସିଙ୍ଗାରି ଘାଟିରେ ବାଇକ୍ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ଦୁଇ ବାଇକ୍ ର ୩ଜଣ ଆରୋହୀ ଗୁରୁତର ଅବସ୍ଥାରେ ପଡିଥିବା ବେଳେ ସୂଚନା ପାଇ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଆହତ ବାଇକ୍ ଆରୋହୀଙ୍କୁ ଉଦ୍ଧାର କରି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଛି।

ଅନ୍ୟ ବାଇକ୍ ଆରୋହୀ ଙ୍କୁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁସାରେ ଜୁନାଗଡ଼ ଥାନା ଅନ୍ତର୍ଗତ ମୁଣ୍ଡୁରାଗୁଡା ଗ୍ରାମ ର ଜଣେ କ୍ଷୁଦ୍ର ବ୍ୟବସାୟୀ ରତନ ସୁନାନୀ ଥୁଆମୁଳ ରାମପୁର ସାପ୍ତାହିକ ବଜାର ରୁ ଏକ ବାଇକ୍ ଯୋଗେ ନିଜ ଘରକୁ ଫେରୁଥିବା ସମୟରେ ଅନ୍ୟ ବାଇକ୍ ରେ ଜୁନାଗଡ ଠାରୁ ନିଜ ଗାଁ କୁ ଫେରୁଥିବା
ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ଅଧିନ ସମାପଲା ଗ୍ରାମର କିଶୋର ମାଝୀ(୨୨) ଏବଂ ବିଷ୍ଣୁ ମାଝୀ(୧୭) ଙ୍କ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ରେ ୩ଜଣ ଗୁରୁତର ଆହତ ହେଇଥିବା ଯୋଗୁଁ ସମସ୍ତଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories