www.samajalive.in
Sunday, December 14, 2025
19.1 C
Bhubaneswar

ବେଦାନ୍ତ ଲିମିଟେଡ ଓ ବେଦାନ୍ତ ହସ୍ପିଟାଲ ତରଫରୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିର

ଲାଞ୍ଜିଗଡ: ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ ସିଏସ୍‌ଆର୍ ବିଭାଗ ଏବଂ ବେଦାନ୍ତ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଲାଞ୍ଜିଗଡଠାରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି। ବେଦାନ୍ତ ଲିମିଟେଡର ମୁଖ୍ୟ ପରିଚାଳନା ଅଧିକାରୀ ଅନୁରାଗ ତିୱାରୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶିବିରଟିକୁ ଉଦ୍‌ଘାଟନ କରିଥିବାବେଳେ ଅତିଥି ଭାବେ ବେଦାନ୍ତ ଲିମିଟେଡ ସିଏସ୍‌ଆର୍ ବିଭାଗ ମୁଖ୍ୟ ବିଭୁଦେନ୍ଦୁ ପଣ୍ଡା, ସିଏସ୍‌ଆର୍ ବିଭାଗ ଉପମୁଖ୍ୟ ଦିଲିପ ପ୍ରଜାପତି, ଏନ୍‌ଏସ୍ ସାନୀନ୍‌, ବେଦାନ୍ତ ଲିମିଟେଡ ମୁଖ୍ୟ ଚିକିତ୍ସାଧିକାରୀ ଡା. ଅକ୍ଷୟ କୁମାର ସାହୁ, ବେଦାନ୍ତ ହସ୍ପିଟାଲ ମୁଖ୍ୟ ପରିଚାଳନା ଅଧିକାରୀ ଅମର କୁମାର ମହାନ୍ତି, ବେଦାନ୍ତ ହସ୍ପିଟାଲର ମୋବାଇଲ ହେଲ୍‌ଥ ୟୁନିଟର ମେଡିକାଲ ଅଫିସର ଡା. ପ୍ରଶାନ୍ତ ପରମାଣିକ, ଜିଲ୍ଲା ପରିଷଦ ସଭ୍ୟ ପରିକ୍ଷିତ ନାଏକ, ଜଗନ୍ନାଥପୁର ସରପଞ୍ଚ ମୁଗାନା ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବୃଦ୍ଧବୃଦ୍ଧା ଓ ଚକ୍ଷୁରୋଗୀମାନଙ୍କ ପରୀକ୍ଷା ଓ ପରାମର୍ଶ ସହିତ ଅସ୍ତ୍ରୋପଚାର କରାଯାଇଥିଲା। ଶିବିର ପରିଚାଳନାରେ ବେଦାନ୍ତ ହସ୍ପିଟାଲ ଓ ବେଦାନ୍ତ ଲିମିଟେଡ ସିଏସ୍‌ଆର୍ ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories