ସେଲ୍‍ଫି ପାଇଁ ନିୟମ ଭାଙ୍ଗି କ୍ଷମା ମାଗିଲେ ଫଡନାବିସଙ୍କ ପତ୍ନୀ

0

ମୁମ୍ବଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ପତ୍ନୀ ଅମୃତା ଫଡନାବିସ ଏକ ସେଲ୍‍ଫି ପାଇଁ ସାମାଜିକ ଗଣମାଧ୍ୟମରେ ସମାଲୋଚିତ ହେବା ପରେ କ୍ଷମାପ୍ରାର୍ଥନା କରିଛନ୍ତି। ଭାରତର ପ୍ରଥମ ସ୍ୱଦେଶୀ ଜାହାଜ ଗତ ସପ୍ତାହରେ ଏହାର ଉଦ୍‍ଘାଟନୀ ଯାତ୍ରା ଆରମ୍ଭ କରିଥିଲା। ଜାହାଜର ଧାରରେ ବସି ଅମୃତା ସେଲ୍‍ଫି ନେବାକୁ ଯାଇଥିଲେ। ଉକ୍ତ ଭିଡିଓରେ ସୁରକ୍ଷାକର୍ମୀମାନେ ତାଙ୍କୁ ଫେରିଆସିବାକୁ କରୁଥିବା ବେଳେ ଅମୃତା ତାହାକୁ ଭ୍ରୃକ୍ଷେପ ନ କରି ସେଲ୍‍ଫି ନେଇଥିଲେ। ସେଲ୍‍ଫି ନେବା ସମୟର ଏକ ଭିଡିଓ ମଧ୍ୟ ସେ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମରେ ଛାଡିଥିଲେ। ମାତ୍ର ଜାହାଜଟିର ଉକ୍ତ ସ୍ଥାନକୁ ଯିବା ନେଇ କଟକଣା ଥିବାରୁ ତାଙ୍କୁ କଡ଼ା ସମାଲୋଚନା କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ହୋଇ ଏଭଳି ଢଙ୍ଗରେ ସେଲ୍‍ଫି ନେବା ଦ୍ୱାରା ସେ ଏକ ଭୁଲ ଉଦାହାରଣ ଉପସ୍ଥାପନ କରିଛନ୍ତି ବୋଲି ଅନେକ ସମାଲୋଚନା କରିଥିଲେ। ଅମୃତା କହିଛନ୍ତି ସେ ଜାହାଜର ଯେଉଁ ସ୍ଥାନରେ ବସିଥିଲେ ତାହା ସମ୍ପୂର୍ଣ୍ଣ ସୁରକ୍ଷିତ ସ୍ଥାନ। ତଥାପି ସେ କ୍ଷମାପ୍ରାର୍ଥନା କରୁଛନ୍ତି।

Leave A Reply