www.samajalive.in
Sunday, December 7, 2025
26.1 C
Bhubaneswar

ରାଣୀବନ୍ଧରେ ବିଦେଶୀ ମଦ ଦୋକାନ ସିଲ୍

ବଲାଙ୍ଗିର : ବଲାଙ୍ଗିର ଟିକ୍ରାପଡା ରାଣୀ ବନ୍ଧ ଆଡିରେ ବେଆଇନ ଭାବେ ଚାଲୁଥିବା ବିଦେଶୀ ଅଫ୍ ସୋପକୁ ସିଲ୍ କରିଛି ବଲାଙ୍ଗିର ପୌରପାଳିକା। କାର୍ଯ୍ୟନିର୍ବାହୀ ଅଧିକାରୀ ସାମି ରେଡ୍ଡି  ଜୟଶ୍ରୀଙ୍କ ନିର୍ଦ୍ଦେଶରେ ଏକ ଦଳ ଆଜି ରାଣୀ ବନ୍ଧ ଆଡିରେ ଥିବା ବିଦେଶୀ ମଦ ଦୋକାନ ଉପରେ ଚଢାଉ କରିଥିଲେ । ଅଫ୍ ସପ୍ ରେ କେବଳ ମଦ ବିକ୍ରି ହୋଇ ପାରିବ। ମଦ ପିଆଯାଇ ପାରିବ ନାହିଁ। କିନ୍ତୁ ଏଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏଠାରେ ପ୍ରତିଦିନ ମଦୁଆଙ୍କ ଆଡ୍ଡା ଜମିଥାଏ । ସୂଚନାଯୋଗ୍ୟ ଯେ, ଏଠାରେ ବହୁ ଦିନରୁ ଏକ ବିଦେଶୀ ମଦ ଦୋକାନ ରହିଛି । ଏଥିଯୋଗୁଁ ରାଣୀ ବନ୍ଧ ଆଡିରେ  ମଦୁଆ ଓ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି ।  ମଦ ପିଇ ମଦ ବୋତଲକୁ ପାଖ ରାଣୀ ବନ୍ଧକୁ ଫିଙ୍ଗି ଦେଉଥିବା ଯୋଗୁଁ ରାଣୀ ବନ୍ଧର ପାଣି ମଧ୍ୟ ପ୍ରଦୂଷିତ ହେଉଥିବା ଦେଖିବାକୁ ମିଳିଛି । ଆଜି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ନିଜ ବିଭାଗର ଏକ ପ୍ରକଳ୍ପ କାମ ତଦାରଖ କରିବା ପାଇଁ ଆସିଥିବା ବେଳେ ଚଢାଉ କରି ସିଲ୍ କରା ଯାଇଥିବା ଜଣାପଡିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories