www.samajalive.in
Friday, December 12, 2025
14.1 C
Bhubaneswar

କୁମାରୋତ୍ସବ କମିଟି ପକ୍ଷରୁ ଫୁଲ ବଉଳବେଣୀ କାର୍ଯ୍ୟକ୍ରମ

ଆଠଗଡ :  ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ଆଠଗଡ କୁମାରୋତ୍ସବ ସମିତି ପକ୍ଷରୁ ଏକ ମନୋଜ୍ଞ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ପୁଲିନ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆଠଗଡ ସାହିତ୍ୟ ସମାଜ ସଭାପତି ଆଇନଜୀବୀ ପ୍ରାଣକୃଷ୍ଣ ଦାଶ ଯୋଗଦେଇ କୁମାର ପୂର୍ଣ୍ଣିମାର ଆଧ୍ୟାତ୍ମିକ ପୃଷ୍ଠଭୂମି ଓ ଏହାର ମହତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତାଭାବେ ସାହିତ୍ୟିକା ସ୍ୱର୍ଣ୍ଣଲତା ରଥ ଉଦ୍‌‌ବୋଧନ ଦେଇ ମହିଳାମାନେ ଶିକ୍ଷିତ ଓ ସ୍ୱାବଲମ୍ବୀ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଶ୍ରୀମତୀ ରଥ ପୁସ୍ତକକୁ ଭଲପାଇବା ଏବଂ ନିୟମିତ ବହି ପଢିବା ଅଭ୍ୟାସ ରଖିବା ଲାଗି ପରାମର୍ଶ ଦେଇଥିଲେ। ଏଥିରେ ସମ୍ମାନିତ ବକ୍ତା ଭାବେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ତଥା ସମାଜସେବୀ ଚାରୁଲତା ପ୍ରହରାଜ ଯୋଗଦେଇ ନାରୀ ପୁରୁଷଠାରୁ କୌଣସି ଗୁଣରେ ନ୍ୟୁନ ନୁହେଁ ଏବଂ ଏହାର ବାସ୍ତବତା ପାଇଁ ମହିଳାମାନେ ସଶକ୍ତ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ସଭ୍ୟା ରଶ୍ମିପ୍ରଭା ମହାନ୍ତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଂପାଦିକା କଳ୍ପଲତା ଦାଶ ବିବରଣୀ ଉପସ୍ଥାପନା କରିବା ସହ ଏହି ଉତ୍ସବ ପାଳନରେ ସହଯୋଗ କରିଥିବା ଇନରହ୍ୱିଲ କ୍ଲବ, ଗଡଜାତ ପରିକ୍ରମା ଓ ମୁମ୍ବାଇର ୟୁବା ଅନୁଷ୍ଠାନକୁ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ଓଏଏସ ପରୀକ୍ଷାର ସଫଳତା ହାସଲ କରିଥିବା ରିପ୍‌‌ସିତା ବେହେରା, ବିଶିଷ୍ଟ ସାହିତ୍ୟିକ ପ୍ରାଣକୃଷ୍ଣ ଦାଶ, ସାହିତ୍ୟିକା ସ୍ୱର୍ଣ୍ଣଲତା ରଥ, ଶିଶୁ ସାହିତ୍ୟିକା ଶତରୂପା ମିଶ୍ର, ସଂଗୀତ କଳାରେ ସୌଜନ୍ୟା ରଥ, କଳା ପାଇଁ ସଂଜୀବନୀ ଦାସ, ସମାଜସେବା ପାଇଁ ଲଲାଟେନ୍ଦୁ ସେନାପତି ଓ ୟୁବାର ଅଧ୍ୟକ୍ଷ ଭବାନୀ ପ୍ରସାଦ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଆୟୋଜିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା । ମଞ୍ଜୁଳା ଦାସ, ମଞ୍ଜୁଲତା ମହାଳିକ, ସୁଷମା ମିଶ୍ର, ଅଞ୍ଜନା ମିଶ୍ର, ରାଜେଶ୍ୱରୀ ଗୋସ୍ୱାମୀ, ନିରଜନଳିନୀ ବେହେରା, ପ୍ରଣତି ପଣ୍ଡା, ଜସ୍ମିନ ପଟ୍ଟନାୟକ, ଗାୟତ୍ରୀ ଆଚାର୍ଯ୍ୟ ଓ ସ୍ୱପ୍ନାରାଣୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ଉପସଭାପତି ଦୀପାଳି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଚଉରା ପୂଜା ଏବଂ ଶେଷରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories