www.samajalive.in
Saturday, December 6, 2025
15.1 C
Bhubaneswar

ଜାଣତରେ ଅଜାଣତରେ ଏଭଳି କରୁଥିଲେ ସାବଧାନ..

ଅନେକ ସମୟରେ ଖାଦ୍ୟ ଖାଉଥିବା ସମୟରେ ସଭିଏଁ କିଛି ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦେଇ ନଥାଆନ୍ତି,ମାତ୍ର ସେହି କାରଣରୁ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଦୈନିକ ଆମେ ୪ରୁ ୫ଥର ଖାଦ୍ୟ ଖାଇଥାଉ। ସକାଳ ଠାରୁ ରାତି ମଧ୍ୟରେ ଭିନ୍ନ ଭିନ୍ନ ଖାଦ୍ୟ ଖାଉ। ମାତ୍ର ଏପରି ବହୁ ଖାଦ୍ୟ ରହିଛି ଯାହାକୁ ରାତିରେ ଖାଇଲେ ତାହା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ଅଟେ। ପେଟ ସମସ୍ୟା ଦେଖାଦେଇଥାଏ। ଜାଣନ୍ତୁ ସେହି ଭୁଲ୍‍ ବିଷୟରେ..
ଦହି ଓ ସେଓ –
ରାତିରେ ଦହି ଓ ସେଓ ଖାଇବା ଦ୍ୱାରା ଥଣ୍ଡା ଜନିତ ସମସ୍ୟା ଯଥା କାଶ, କଫ ଓ ବାରମ୍ବାର ଜ୍ୱର ହୋଇଥାଏ।
ଭାତ –
ଭାତରେ ଅଧିକ କାବ୍ରୋହାଇଡ଼୍ରେଟ୍‍ ଥାଏ। ଯାହା ଫଳରେ ରାତିରେ ଭାତ ଖାଇବା ଦ୍ୱାରା ପେଟ ବଢିଥାଏ।
ଆମିଷ –
ଯଦି ଆମିଷ ଖାଉଛନ୍ତି, ତେବେ ଏହାକୁ ରାତି ୮ଟା ମଧ୍ୟରେ ଖାଆନ୍ତୁ। ଅଧିକ ରାତିରେ ଆମିଷ ଖାଇବା ଦ୍ୱାରା ଭଲ ଭାବେ ହଜମ ହୋଇ ନଥାଏ। ପେଟ ଜନିତ ସମସ୍ୟା ଦେଖାଦିଏ।
ଚା’ କିମ୍ବା କଫି –
ରାତିରେ ଚା’ କିମ୍ବା କଫି ପିଇବା ଦ୍ୱାରା ଶରୀର ବହୁତ ଦୁର୍ବଳ ହୋଇଯାଏ। ନିଦର ମାତ୍ରା କମିଯାଏ। ଯାହାଦ୍ୱାରା ଶରୀର ଅସୁସ୍ଥ ହୋଇଥାଏ।
ମୃଦୁପାନୀୟ –
ରାତିରେ କୌଣସି ଥଣ୍ଡା ଜାତୀୟ ପାନୀୟ ଯେପରି ମୃଦୁପାନୀୟ ବା କୋଲଡ଼୍ରିଙ୍କିସ୍‍ ଆଦି ପିଇବା ଉଚିତ ନୁହେଁ। ଏହା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ବଢିଥାଏ।
ଚକୋଲେଟ –
ରାତିରେ ଚକୋଲେଟ ଖାଇବା ଦ୍ୱାରା ଦାନ୍ତ ଜନିତ ସମସ୍ୟା ଦେଖା ଦେଇଥାଏ। ଦାନ୍ତ ପୋକ କାଟିବା ସହ ପାଟି ଦୁର୍ଗନ୍ଧ ହେବା ଭଳିି ସମସ୍ୟା ହୋଇଥାଏ।
ଫାଷ୍ଟଫୁଡ଼୍‍ –
ଫାଷ୍ଟଫୁଡ଼ ଜାତୀୟ ଖାଦ୍ୟରେ କୋଲେଷ୍ଟ୍ରଲ୍‍ର ମାତ୍ରା ଅଧିକ ଥାଏ। ତେଣୁ ଏଭଳି ଖାଦ୍ୟ ରାତିରେ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ ବଢିଥାଏ। ତେଣୁ ଏହି ସମସ୍ତ ଖାଦ୍ୟକୁ ରାତିରେ ଖାଇବା ଉଚିତ ନୁହେଁ।
ଖାଦ୍ୟ ଓ ପାଣି..
ଭୋଜନ ସମୟରେ ପାଣି ପିଇବା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ। ଖାଦ୍ୟ ଖାଇବା ସମୟରେ ପାଣି ପିଇବା ଦ୍ୱାରା ଖାଦ୍ୟରୁ ସଠିକ ମାତ୍ରାରେ ପ୍ରୋଟିନ, କାବ୍ରୋହାଇଡ଼୍ରେଡ଼ ଆଦି ପୋଷକ ତତ୍ତ୍ୱ ମିଳିନଥାଏ।
ଦହି ଓ ଫଳ
ଦହିରେ ବହୁ ବ୍ୟାକ୍ଟେରିଆ ରହିଥାଏ। ଫଳ ଓ ଦହିକୁ ଏକାଠି ଖାଇବା ଦ୍ୱାରା ଏହା ଶରୀର ଭିତରକୁ ଯାଇ ବିଷାକ୍ତ ହୋଇଯାଏ। ଫଳରେ ଥଣ୍ଡା, ଏଲର୍ଜି ଭଳି ସ୍ୱାସ୍ଥ୍ୟ ଜନିତ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ।
କ୍ଷୀର ଓ କଦଳୀ
ବହୁ ଲୋକଙ୍କୁ କ୍ଷୀର ସହ କଦଳୀ ଖାଇବା ବହୁତ ପସନ୍ଦ। ମାତ୍ର ଏହାକୁ ଏକାଠି ଖାଇବା ଦ୍ୱାରା ଏହାର କୁପ୍ରଭାବ ମସ୍ତିକ ଉପରେ ପଡ଼ିଥାଏ। ଫଳରେ ସ୍ମରଣ ଶକ୍ତି ମଧ୍ୟ ହ୍ରାସ ପାଇଥାଏ।
ମାଂସ ଓ ଟମାଟୋ
ଏହାକୁ ମଧ୍ୟ ଏକାଠି ଖାଇବା ଅନୁଚିତ। ବହୁ ଲୋକେ ମାଂସ ତରକାରୀ ଖାଇବା ସମୟରେ ସାଲାଡ଼ରେ ଟମାଟୋ ଖାଇଥାଆନ୍ତି। ଏହାକୁ ଏକାଠି ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଖାଦ୍ୟ ଠିକ୍ ଭାବେ ହଜମ ହୋଇନଥାଏ।
ଅଲିଭ ଅଏଲ୍‍ ଓ ବାଦାମ
ଏହାକୁ ମଧ୍ୟ ଏକାଠି ଖାଇବା ଉଚିତ ନୁହେଁ। କାରଣ ଅଲିଭ ଅଏଲରେ ଥିବା ଫାଟ୍‍ ଓ ବାଦାମରେ ଥିବା ପ୍ରୋଟିନ୍ ସହଜରେ ହଜମ ହୋଇନଥାଏ। ଫଳରେ ପାଚନ ସହ ପେଟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories