www.samajalive.in
Monday, December 15, 2025
16.1 C
Bhubaneswar

ପୋଖରୀରେ ବୁଡି ଜଣେ ମୃତ

ଫୁଲବାଣୀ : ପବିତ୍ର ଦଶହରା ପର୍ବରେ ଏକ ଦୁଃଖଦ ଖବର ଶୁଣିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ବନ୍ଧଗଡ଼ ଅଂଚଳରୁ I ବନ୍ଧଗଡ଼ ଗାଁର ଅଧିଷ୍ଠାତ୍ରୀ ଦେବୀ ମା ବରାଳଦେବୀଙ୍କ ମନ୍ଦିର ପାଖରେ ଥିବା ପୋଖରୀରେ ବୁଡି ଯାଇ ଜଣେ ୫୫ ବର୍ଷର ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି I ତେବେ ମୃତ ବ୍ୟକ୍ତି ଜଣକ କନ୍ଧମାଳ ଜିଲ୍ଲା ବାଲିଗୁଡାର ହୋଇଥିବା ବେଳେ ତାଙ୍କ ନା ଗୁମାନ ସିଂ ସାହାଣୀ ବୋଲି ଜଣାପଡିଛି I ସୂଚନା ଅନୁସାରେ ମୃତ ବ୍ୟକ୍ତି ଜଣକ ଗତକାଲି ବନ୍ଧଗଡ଼ ଗାଁରେ ରହୁଥିବା ତାଙ୍କ ଭଉଣୀ ଘରକୁ କୌଣସି କାମରେ ଆସିଥିଲେ I

ଆଜି ସକାଳ ପ୍ରାୟ ଦଶଟା ସମୟରେ ତାଙ୍କ ଭିଣୋଇଙ୍କ ସହ ପୋଖରୀକୁ ଗାଧେଇବାକୁ ଯାଇ ପୋଖରୀରେ ବୁଡ଼ିଯାଇ ଥିଲେ I ଖବର ପାଇଁ ସାରଙ୍ଗଗଡ଼ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ପ୍ରାୟ ଦୁଇଘଣ୍ଟା ପରିଶ୍ରମ କଲା ପରେ ପୋଖରୀରୁ ମୃତ ଦେହ ଉଦ୍ଧାର ହୋଇଥିଲା I ଅନ୍ୟପଟେ ଘଟଣା ସ୍ଥଳରେ ଫିରିଙ୍ଗିଆ ପୋଲିସ ପହଂଚି ଶବ ଜବତ କରିବା ସହ ଶବର ପଞ୍ଚନାମା କରିବା ସହ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ  ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ପି ଶ୍ୟାମସୁନ୍ଦର ରାଓ ସୂଚନା ଦେଇଛନ୍ତି l

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories