www.samajalive.in
Saturday, December 6, 2025
26.1 C
Bhubaneswar

ଡାକ୍ତରଖାନାର ଅବ୍ୟବସ୍ଥା ନେଇ ବିଜେପି ପକ୍ଷରୁ ଗଣଧାରଣା 

ରେଢ଼ାଖୋଲ :ଆଜି ରେଢ଼ାଖୋଲ ବିଜେପି ପକ୍ଷରୁ ସ୍ଥାନୀୟ ଭୀମ ଭୋଇ ଛକ ନିକଟସ୍ଥ ୫୫ ନଂ ଜାତୀୟ ରାଜପଥ ପାର୍ଶ୍ଵରେ ଉପଖଣ୍ଡ ଡାକ୍ତରଖାନାର ଡାକ୍ତର ସମସ୍ୟା ତଥା ବିଭିନ୍ନ ଆନୁସଙ୍ଗିକ ଅବ୍ୟବସ୍ଥା ନେଇ ଗଣଧାରଣା ଦିଆଯାଇଛି । ସୂଚନା ମତେ ଗତ ସେପ୍ଟେମ୍ବର ମାସ ୨୦ତାରିଖ ଦିନ ରେଢ଼ାଖୋଲ ବିଜେପିର ଏକ ପ୍ରତିନିଧି ଦଳ ୬ ଦଫା ସମ୍ବଳିତ ଏକ ଦାବୀ ପତ୍ର ପ୍ରଦାନ କରିବା ସହ ଆଗାମୀ ୭ ଦିନ ମଧ୍ୟରେ ସମସ୍ୟା ଗୁଡିକର ସମାଧାନ ନହେଲେ ଆନ୍ଦୋଳନତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା ।
ଆଜି ଗଣଧାରଣାରେ ବିଜେପି ରାଜ୍ୟ ପୂର୍ବତନ ସମ୍ପାଦକ ଗୋବିନ୍ଦ ଅଗ୍ରୱାଲ, ରେଢ଼ାଖୋଲ ଏନଏସି ଅଧ୍ୟକ୍ଷ ଶିବରାମ ସାହୁ, ଉପାଧ୍ୟକ୍ଷ ଅନୁସୟା ପ୍ରଧାନ, ଜିଲା ପରିଷଦ ସଭ୍ୟ ଶରତ କୁମାର ପ୍ରଧାନ, ସମାଜସେବୀ ବିଜୟ ମହାନ୍ତି, ବରିଷ୍ଠ ବିଜେପି ନେତା ଦିଲ୍ଲୀପ ପ୍ରଧାନ, ଅଲେଖା ପ୍ରଧାନ, ରବୀନ୍ଦ୍ର ପ୍ରଧାନଙ୍କ ସମେତ କାଉଁସିଲର ଓ ବିଜେପି କର୍ମୀ ଉପସ୍ଥିତ ଥିଲେ ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories