www.samajalive.in
Saturday, December 6, 2025
23.1 C
Bhubaneswar

ଗୁରୁବାର : ଦାନ କରନ୍ତୁ ଖେଚେଡି ଓ ହଳଦୀ

ହିନ୍ଦୁ ଧର୍ମରେ ଦାନ ଧର୍ମର ଖୁବ ମହତ୍ତ୍ୱ ରହିଛି। ସମସ୍ତ ଦେବୀ-ଦେବତାଙ୍କୁ ସପ୍ତାହର ଦିନ ଗୁଡିକ ସମର୍ପିତ। ଗୁରୁବାର ଦିନ ଭଗବାନ ବିଷ୍ଣୁ ଓ ଦେବଗୁରୁ ବୃହସ୍ପତି ଦେବଙ୍କୁ ସମର୍ପିତ। ଏହିଦିନ ହଳଦିଆ ରଙ୍ଗର ବିଶେଷ ମହତ୍ତ୍ୱ ରହିଛି। ମାନ୍ୟତା ଅନୁଯାୟୀ, ଏହି ଦିନ ପୂଜାପାଠ କରିବା ସମୟରେ ହଳଦିଆ ବସ୍ତ୍ର ପରିଧାନ କରନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ। ଭଗବାନଙ୍କୁ ମଧ୍ୟ ହଳଦିଆ ରଙ୍ଗର ଜିନିଷ ଅର୍ପଣ କରନ୍ତୁ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଭଗବାନ ବିଷ୍ଣୁଙ୍କର ପ୍ରିୟ ରଙ୍ଗ ହଳଦିଆ। ଗୁରୁବାର ଏହି ରଙ୍ଗର ଅଧିକ ବ୍ୟବହାର ଦ୍ୱାରା ଶୀଘ୍ର କୃପା ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି। ତେବେ ଜାଣନ୍ତୁ ଶାସ୍ତ୍ର ଅନୁଯାୟୀ ଗୁରୁବାର ଏହି ରଙ୍ଗକୁ କିଭଳି ବ୍ୟବହାର କରିବେ..
ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ କଦଳୀ ଓ ହଳଦିଆ ରଙ୍ଗର ମିଠା ଅର୍ପଣ କରନ୍ତୁ। ଭୋଗ ଅସହାୟଙ୍କୁ ଦାନ କରନ୍ତୁ। ଏହାଦ୍ୱାରା କର୍ମକ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇ ସଫଳତା ମିଳିଥାଏ।
ଏହିଦିନ ବ୍ରାହ୍ମଣଙ୍କୁ ହଳଦିଆ ବସ୍ତ୍ର ଦାନ କରନ୍ତୁ।
ଗ୍ରହ ଦୋଷରୁ ମୁକ୍ତି ପାଇଁ ଗୁରୁବାର ସ୍ନାନ ଓ ପୂଜା ପରେ ଚଣା ଡାଲି,ହଳଦୀ,ହଳଦିଆ ବସ୍ତ୍ର, କଂସା ବାସନ ଆଦି ଦାନ ଦିଅନ୍ତୁ।
ଗୁରୁବାର ଖେଚେଡି ପ୍ରସ୍ତୁତ କରି ଅସହାୟଙ୍କୁ ଦାନ କରନ୍ତୁ। ଏହାଦ୍ୱାରା ବେଶ କୃପା ପ୍ରାପ୍ତି ହୋଇଥାଏ।
ଏହିଦିନ ହଳଦୀ ଦାନ କରନ୍ତୁ। ଏହାଦ୍ୱାରା ବିବାହରେ ବିଳମ୍ବ ହେଉଥିଲେ ଶୀଘ୍ର ବିବାହ ହୋଇଥାଏ। ଶୁଭଫଳ ପ୍ରାପ୍ତି ହୋଇଥାଏ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories