www.samajalive.in
Thursday, December 11, 2025
14.1 C
Bhubaneswar

କଳାପଥରରେ ‘ସମସ୍ତଙ୍କ ପାଇଁ ଶିକ୍ଷା’ କାର୍ଯ୍ୟକ୍ରମ

କଳାପଥର : କିଟ୍‍ ଓ କିସ୍‍ ପକ୍ଷରୁ ସମସ୍ତଙ୍କ ପାଇଁ ଶିକ୍ଷାକୁ ନେଇ ଏକ କାର୍ଯ୍ୟକ୍ରମ ବାଙ୍କୀ ଉପଖଣ୍ଡର ଶିମିଳିପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କିଟ୍‍ ବିଶ୍ୱବିଦ୍ୟାଳୟର ଅଡିଟ୍‍ ଓ ଭିଜିଲାନ୍ସ ନିର୍ଦ୍ଧେଶକ ପ୍ରଫୁଲ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଡମପଡା ବ୍ଳକ ଅଧ୍ୟକ୍ଷ ଶସାଙ୍କ ଶେଖର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଶିମିଳିପୁର – ହଇରାଜପୁର ଆଞ୍ଚଳିକ ବିଦ୍‍୍ୟାପୀଠର ପ୍ରଧାନ ଶିକ୍ଷକ ବଳଭଦ୍ର ରାଉତ କାର୍ଯ୍ୟକ୍ରମରେ ସମ୍ନାନୀତ ଅତିଥିଭାବେ ଯୋଗଦେଇଥିଲେ। ଶିକ୍ଷା ମାଧ୍ୟମରେ ଦେଶ,ରାଜ୍ୟ ତଥା ସମାଜରେ ପ୍ରତ୍ୟକଙ୍କର ବିକାଶ ହୋଇପାରିବ ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରବା ସହିତ ଶିକ୍ଷା,ସ୍ୱାସ୍ଥ୍ୟ ଏବଂ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କିଟ୍‍ ଓ କିସ୍‍ ଭଳି ଦୁଇ ବିଶ୍ୱ ସ୍ତରିୟ ଅନୁଷ୍ଠାନର ପ୍ରତିଷ୍ଠାତା ଅଚୁତ ସାମନ୍ତଙ୍କର ଭୃୟସୀ ପ୍ରସଂସା କରିଥିଲେ। ଏହି ଅବସରରେ କିମ୍ମସ୍‍ ଡାକ୍ତରଖାନାରେ ମିଳୁଥିବା ଅତ୍ୟାଧୁନିକ ସୁବିଧା ସୁଯୋଗ ସଂମ୍ପର୍କରେ ଜନ ସାଧାରଣଙ୍କୁ ଅବଗତ କରାଯାଇଥିଲା।

Hot this week

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

Related Articles

Popular Categories