www.samajalive.in
Thursday, December 11, 2025
14.1 C
Bhubaneswar

ରାଜ୍ୟସ୍ତରୀୟ ଷ୍ଟ୍ରଙ୍ଗମ୍ୟାନ ପ୍ରତିଯୋଗୀତା ଆୟୋଜିତ

ସମ୍ବଲପୁର : ରବିବାର ସମ୍ବଲପୁର ସ୍ଥିତ ବୀର ସୁରେନ୍ଦ୍ର ସାଏ ଇଣ୍ଡୋର ଷ୍ଟାଡିୟମ ଠାରେ ଜିଲା ପ୍ରଶାସନ, ଓଡିଶା ଷ୍ଟ୍ରଙ୍ଗ ମ୍ୟାନ କର୍ପୋରେସନ ଓ ଯୋଦ୍ଧା ଜିମନାସିୟମର ମିଳିତ ଆନୁକୁଲ୍ୟରେ ‘ଓଡିଶା ଷ୍ଟ୍ରଙ୍ଗ ମ୍ୟାନ’ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗୀତାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୩୮ ଜଣ ଉଭୟ ପୁରୁଷ ଓ ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗୀତାରେ ମୁଖ୍ୟ ଅତିଥି ସମ୍ବଲପୁର ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମୁଖ୍ୟ ଅତିଥି, ଜିଲା କ୍ରିଡାଧିକାରୀ ଉପେନ୍ଦ୍ର ଶତପଥୀ ସମ୍ମାନୀତ ଅତିଥି ରୁପେ ଯୋଗ ଦେଇଥିଲେ। ଓଡିଶା ଷ୍ଟ୍ରଙ୍ଗ ମ୍ୟାନ କର୍ପୋରେସନର ସମ୍ପାଦକ ସୋମନାଥ ଅତିଥି ମାନଙ୍କୁ ପୁଷ୍ଫଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିବା ବେଳେ ଅନୁଷ୍ଠାନର ସଭାପତି ତଥା ପୁର୍ବତନ ଉତ୍କଳଶ୍ରୀ ବିଶ୍ୱମ୍ବର ବହିଦାର ପ୍ରତିଯୋଗୀତାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ତିନୋଟି ପର୍ଯ୍ୟାୟ ଯଥା ଡେଡ ଲିଫଟିଙ୍ଗ, କ୍ଲିନ ଏଣ୍ଡ ପ୍ରେସ ଓ ଫାର୍ମର ୱାକ ବର୍ଗରେ ଉଭୟ ପୁରୁଷ ଓ ମହିଳା ପ୍ରତିଯୋଗୀ ମାନେ ଭାଗ ନେଇଥିଲେ। ମହିଳା ବିଭାଗରେ ହେମାଙ୍ଗିନୀ ଭୋଇ, ସାଇରୁନ ନିଶା ଓ ଗ୍ରୀଷ୍ମା ବାବିୱାଲ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ପୁରୁଷ ବିଭାଗର ୮୦ କି.ଗ୍ରା. ବର୍ଗରେ ରବୀନ ନାଗ, ରାହୁଲ ଦେବଲୀ ଓ ମହମ୍ମଦ କାଜିର ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ୭୦ କି.ଗ୍ରା. ବର୍ଗରେ ସଞୟ ରାୟ ପ୍ରଥମ, ମହମ୍ମଦ ଅମଜାଦ ଦ୍ୱିତୀୟ ଓ ରମେଶ ଧୱନ ତୃତୀୟ ଅଧିକାର କରିଛନ୍ତି। ୬୦ କି.ଗ୍ରା. ପୁରୁଷ ବର୍ଗରେ ଦେବାଶିଷ ଦେ ପ୍ରଥମ, ଗାନ୍ଧୀ ମେହେର ଦ୍ୱିତୀୟ ଓ ବିଜୟ ଶର୍ମା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରତିଯୋଗୀତାରେ ବିଚାରକ ଭାବରେ ମୋନିକା, ରୁପ ସିଂ, ଏ.ପି. ସିଂହ ଓ ସୋମନାଥ ପଟ୍ଟନାୟକ ଦାୟିତ୍ୱ ତୁଲାଇଥିଲେ। ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀ ମାନେ ଆସନ୍ତା ୨୮ ତାରିଖ ଦିନ ବିହାରର ଗୟା ଠାରେ ଇଷ୍ଟ ଇଣ୍ଡିଆ ଷ୍ଟ୍ରଙ୍ଗ ମ୍ୟାନ ପ୍ରତିଯୋଗୀତାରେ ଓଡିଶା ରାଜ୍ୟକୁ ପ୍ରତିନିଧିତ୍ୱ କରି ଅଂଶ ଗ୍ରହଣ କରିବେ ବୋଲି ସମ୍ପାଦକ ସୋମନାଥ ପଟ୍ଟନାୟକ କହିଛନ୍ତି। କାର୍ଯ୍ୟକ୍ରମକୁ ବିରୁପାକ୍ଷ ପ୍ରଧାନ ପରିଚାଳନା କରିଥିବା ବେଳେ ଯୋଦ୍ଧା ଜିମନାସିୟମର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories