www.samajalive.in
Sunday, December 14, 2025
19.1 C
Bhubaneswar

ଶାଶୁଘର ଛାଡ଼ିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ପୁଲିସ ଯାଞ୍ଚ ପରେ ଗୃହପ୍ରବେଶ କରିବେ ଅନୁଭବ ମହାନ୍ତି

ଭୁବନେଶ୍ବର: ଦୀର୍ଘ ଦିନର ବାଦ ବିବାଦ ପରେ ଗୋଟିଏ ଘରେ ଚାଲିଥିବା କନ୍ଦଳରେ ବିରାମ ଲାଗିଛି। ଓଡ଼ିଆ ତାରକା ଦମ୍ପତିଙ୍କ ବିବାଦରେ ଘଟଣାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ଶାଶୁ ଘର ଛାଡ଼ିଛନ୍ତି। ଫଳରେ ବର୍ଷାଙ୍କ ସ୍ୱାମୀ ଅନୁଭବଙ୍କୁ ଆଶ୍ୱସ୍ତି ମିଳିଛି। ଏହି ଓଡ଼ିଆ ଚଳଚ୍ଚିତ୍ର ଜଗତର ତାରକା ଦମ୍ପତ୍ତି ତଥା ପତି-ପତ୍ନୀଙ୍କ ମଧ୍ୟରେ ବିବାହ ବିଛେଦ ମାମଲା କଟକରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଲମ୍ବିଛି। ସେମାନଙ୍କ ପାରିବାରିକ ବିବାଦ ସମାଧାନ ହେବା ବଦଳରେ ଦିନକୁ ଦିନ ବଢ଼ିବାରେ ଲାଗିଥିଲା। ଏହାରି ଭିତରେ ନିଜ ଘର ଛାଡିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି। ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ନିଜ ଶାଶୁ ଘରେ ରହିବାର ହକ୍ ମାଧ୍ୟମରେ ରହିଆସୁଥିଲେ। କିନ୍ତୁ କଟକର ଅନ୍ୟ ଏକ ଅଞ୍ଚଳରେ ଭଡ଼ା ଘର ନେଇ ଅନ୍ୟତ୍ର ରହିଆସୁଥିଲେ ସ୍ୱାମୀ ତଥା ଅନୁଭବ ମହାନ୍ତିଙ୍କ ପରିବାର। ପିତାଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ଥିବା, ପରିବାରର ଲୋକେ ନିଜ ଘରେ ବିବାଦ ହେଉଥିବାରୁ ଶାନ୍ତି ସହବସ୍ଥାନ କରିପାରୁନଥିବା ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅନୁଭବ। ବର୍ଷା ପ୍ରିୟଦର୍ଶିନୀ ଘର ଛାଡନ୍ତୁ ବୋଲି କହିଥିଲେ ଅନୁଭବ। ପ୍ରତିବଦଳରେ ସେ ଯେଉଁଠି ରହିବେ ତାହାର ସମସ୍ତ ଖର୍ଚ୍ଚ ସ୍ୱାମୀ ଅନୁଭବ ବହନ କରିବେ ବୋଲି ମଧ୍ୟ କହିଥିଲେ। ଏନେଇ କୋର୍ଟ ମଧ୍ୟ ରାୟ ପ୍ରକାଶ କରି ଘର ଛାଡିବା ନେଇ ବର୍ଷାଙ୍କୁ ନିର୍ଦେଶ ଦେଇଥିଲେ। ଜିଲା ଦୌରାଜଜ୍ କୋର୍ଟ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅକ୍ଟୋବର ୩୦ ତାରିଖ ସୁଦ୍ଧା ଘର ଛାଡ଼ିବା ଲାଗି ନିର୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦେଶ ପରେ ବର୍ଷା ଶାଶୁ ଘର ଛାଡ଼ିବା ନିଷ୍ପତ୍ତି ନେଇଥିଲେ। ତେବେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଘର ଛାଡିବା ପରେ ବି ଗୃହପ୍ରବେଶ କରି ନାହାଁନ୍ତି ସ୍ୱାମୀ ଅନୁଭବ ମହାନ୍ତି। ଏନେଇ ପୁରୀଘାଟ ଥାନାର ଦ୍ବାରସ୍ଥ ହୋଇଛନ୍ତି ଅନୁଭବ। ପୁଲିସ ଉପସ୍ଥିତିରେ ଘର ଯାଞ୍ଚ ପାଇଁ ଲିଖିତ ଭାବେ ଜଣାଇଛନ୍ତି ଅନୁଭବ। ପୁଲିସ ଯାଞ୍ଚ ପରେ ଘରକୁ ପ୍ରବେଶ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories