ଡେସ୍କ: ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଖାଇବା ତେଲ ଉପରେ ଉତ୍ପାଦ ଶୁଳ୍କ ରିହାତି ବ୍ୟବସ୍ଥା ବୃଦ୍ଧି କରାଯାଇଛି। ଘରୋଇ ବଜାରରେ ଖାଇବା ତେଲ ଦର ସ୍ଥିର ରଖିବା ତଥା ଉପଲବ୍ଧତା ବଜାୟ ରଖିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି। କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବୋର୍ଡ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଆମଦାନୀ ଶୁଳ୍କରେ ରିହାତି ପ୍ରଦାନର ବ୍ୟବସ୍ଥା କରିଛି। ଆଉ ୬ ମାସ ରିହାତି ଆମଦାନୀ ଶୁଳ୍କ ହ୍ରାସ କରିବା ଦ୍ୱାରା ବଜାରରେ ଖାଇବା ତେଲ ଦର ହ୍ରାସ ପାଇବ। ବିଶ୍ୱ ବଜାରର ଦର ତୁଳନାରେ କମ୍ ଆମଦାନୀ ଶୁଳ୍କ ଯୋଗୁଁ ଭାରତୀୟ ଖାଉଟୀ ବଜାରରେ ଖାଇବା ତେଲ ଦର ହ୍ରାସ ପାଇଛି।
Popular Categories



