www.samajalive.in
Sunday, December 14, 2025
19.1 C
Bhubaneswar

ଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ବିଦାୟ, କାନ୍ଦ ବୋବାଳିରେ ଫାଟି ପଡିଲା ଗାଁ ଦାଣ୍ଡ

ନବରଙ୍ଗପୁର: ଜଣେ ଆଦର୍ଶ ଶିକ୍ଷୟତ୍ରୀ ଙ୍କର ଅବସରକାଳୀନ ବିଦାୟ ବେଳେ ଗାଁର ପିଲାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ଆଖିରେ ଲୁହ ଝରିଲ।। କାନ୍ଦ ବୋବାଳରେ ଫ।ଟିପଡିଲ। ଗାଁ ଦାଣ୍ଡ। ଦୀର୍ଘ ନଅ ବର୍ଷ ଧରି ଶିକ୍ଷୟତ୍ରୀଙ୍କ ଠାରୁ ସ୍ନେହ ମମତା ପାଇଥିବା ଛାତ୍ରଛାତ୍ରୀ ଓ ଗ୍ରାମବାସୀମ।ନେ କୋହ ସମ୍ଭାଳି ନପାରି ଭୋଭୋ ହୋଇ କ।ନ୍ଦିଥିଲେ। ସେମାନେ ଶିକ୍ଷୟତ୍ରୀଙ୍କୁ ଛାଡିବାକୁ ଥିଲେ ନାରାଜ। ହେଲେ ଅବସରକାଳୀନ ସରକାରୀ ନିୟମକୁ ମାନି ଶେଷରେ କାନ୍ଦି କାନ୍ଦି ବିଦାୟ ନେଲେ ଶିକ୍ଷୟତ୍ରୀ।

ନବରଙ୍ଗପୁର ଜିଲ।ର ପାପଡାହାଣ୍ଡି ବ୍ଲକ, ପଣ୍ଡିକୋଟ ପଞ୍ଚାୟତ ବାଙ୍କସର୍ଗି ଗ୍ରାମରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି। ନିଜର ପ୍ରିୟ ଶିକ୍ଷୟତ୍ରୀ ବନଲତା କରଙ୍କୁ ବିଦାୟ ଦେଲା ବେଳେ ଭାଙ୍ଗି ପଡ଼ିଥିଲେ ଛାତ୍ର ଛାତ୍ରୀ ସହ ଅଭିଭାବକ। ଗତ ୨୦୧୩ରୁ ସେ ବାଙ୍କସର୍ଗି ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ। ସେହି ସମୟରୁ ତାଙ୍କର ସ୍ନେହ ଓ ଶ୍ରଦ୍ଧାରେ ବାନ୍ଧି ହୋଇ ଯାଇଥିଲେ ଛାତ୍ରଛାତ୍ରୀ। ସେ କେବେବି କାହାକୁ ବାଡାଉ ନଥିଲେ। ପିଲାଙ୍କୁ ଭଲ ପାଠ ପଠାଇବା ସହ ଅଭିଭାବକଙ୍କୁ ଭଲ ବ୍ୟବହାର ଦେଉଥିଲେ। ବିଦାୟ ନେବା ସମୟରେ ସମସ୍ତ ଛାତ୍ର ଛାତ୍ରୀ ଓ ଅଭିଭାବକ କାନ୍ଦି ପକାଇଥିଲେ। ଏକ ଶୋଭାଯାତ୍ରାରେ ଶିକ୍ଷୟତ୍ରୀଙ୍କୁ ବିଦ୍ୟାଳୟରୁ ପାଛୋଟି ଗ୍ରାମ ପରିକ୍ରମା କରାଯାଇଥିଲା। ଶିକ୍ଷୟତ୍ରୀଙ୍କ ଅବସର ଜୀବନ ସୁଖମୟ ଲାଗି ପ୍ରାର୍ଥନା କରାଯାଇଥିଲା। ଗାଁ ମୁଣ୍ଡରେ ପହଁଚିବା ପରେ ସମସ୍ତେ ମିଶି ବିଦାୟ ଦେଇଥିଲେ। ବିଦାୟ ସମୟରେ ଶିକ୍ଷୟତ୍ରୀଙ୍କୁ ଜାବୁଡି ଧରି ଛାତ୍ରଛାତ୍ରୀ ମାନେ କାନ୍ଦିବା ସହ ଯିବାକୁ ବାରଣ କରିଥିଲେ। ତେବେ ବହୁ ବୁଝାଶୁଝା କରି ଶିକ୍ଷୟତ୍ରୀ ଶ୍ରୀମତୀ କର ବିଦାୟ ନେଇଥିଲେ। ଜଣେ ଭଲ ଶିକ୍ଷୟତ୍ରୀଙ୍କୁ ହରାଇ ଆଜି ଗ୍ରାମବାସୀମାନେ ଝୁରି ହେଉଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories