www.samajalive.in
Saturday, December 13, 2025
18.1 C
Bhubaneswar

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସରେ ମେଗା ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ

ନବରଙ୍ଗପୁର: ନବରଙ୍ଗପୁର ଜିଲ। ସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଛି। ଜିଲ। ସାମାଜିକ ସୁରକ୍ଷା ବିଭାଗ ଓ ଜିଲ।ପ୍ରଶ।ସନ ନବରଙ୍ଗପୁର ଦ୍ଵାରା ଆୟୋଜିତ ଏହି କାର୍ୟ୍ୟକ୍ରମ ପାଳନ ଅବସରରେ ବରିଷ୍ଠ ନାଗରିକ, ସ୍କୁଲ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଗାନ୍ଧୀ ଛକ ଠାରୁ ମା’ଭଣ୍ଡାର ଘରଣୀ ମନ୍ଦିର ପର୍ୟ୍ୟନ୍ତ ଏକ ସଚେତନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ।ପାଳ ଡକ୍ଟର କମଳ ଲୋଚନ ମିଶ୍ର, ଜିଲ। ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରତ୍ନାକର ସାହୁ, ଉପ ଜିଲ।ପାଳ ପ୍ରଶାନ୍ତ କୁମାର ରାଉତ, ଜିଲ। ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ। ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନିଆଲ, ଜିଲ। କ୍ରୀଡ଼ା ଅଧିକାରୀ ମହେନ୍ଦ୍ର କୁମାର ସାହୁ, ସଂସ୍କୃତି ଅଧିକାରୀ ଘ।ସିଆ ହରିଜନ, ନେହେରୁ ଯୁବ କେନ୍ଦ୍ରର ଯୁବ ଅଧିକାରୀ ବି. ରମେଶ ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ ସାଇ କଲ୍ୟାଣ ମଣ୍ଡପ ଠାରେ ଏକ ମେଗା ସ୍ବାସ୍ଥ୍ୟ ଶିବିର ର ଆୟୋଜନ କରାଯାଇ ଏଥିରେ ପଞ୍ଜିକୃତ ହୋଇଥିବା ୨୩୫ଜଣ ବରିଷ୍ଠ ନାଗରିକ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷାରେ ବି.ପି, ସୁଗର, ଆଖି, ଇ ସି ଜି, ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଇତ୍ୟାଦି ପରୀକ୍ଷା କରାଯାଇ ମାଗଣାରେ ଔଷଧ ଦିଆଯାଇଥିଲା। ଏହି ମେଗା ସ୍ବାସ୍ଥ୍ୟ ଶିବିର ଆୟୋଜନ ସଭାର ମୁଖ୍ୟ ଅତିଥି ଭାବେ ଜିଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଯୋଗଦେଇ ସମସ୍ତ ବରିଷ୍ଠ ନାଗରିକ ମାନଙ୍କ ସୁସ୍ଥ, ନିରୋଗ ଜୀବନ ପାଇଁ କାମନା କରିଥିଲେ।

ବରିଷ୍ଠ ନାଗରିକ ମାନଙ୍କ ପାଇଁ ଆବଶ୍ୟକ ସୁବିଧା ସରକାରଙ୍କର ବିଧି ବ୍ୟବସ୍ଥା ମଧ୍ୟରେ ଜିଲ। ପ୍ରଶାସନ ଯୋଗାଇଦେବା ପାଇଁ ସବୁବେଳେ ପ୍ରସ୍ତୁତ ଥିବା ସେ କହିଥିଲେ। ଯଦି ବରିଷ୍ଠ ନାଗରିକ ମାନଙ୍କ ର ସେହିଭଳି କୌଣସି ସମସ୍ୟା, ଅସୁବିଧା ନଜର କୁ ଆସିଲେ ତୁରନ୍ତ ପାଖ ବ୍ଲକ୍ କାର୍ୟ୍ୟାଳୟ କିମ୍ବା ପୁଲିସ ଙ୍କୁ ଜଣାଇ ତାର ସମାଧାନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏହି ଅବସରରେ ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ଜିଲ।ପାଳ ଙ୍କର ଦ୍ଵାରା ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ। ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରତ୍ନାକର ସାହୁ, ତହସିଲଦାର ରବୀନ୍ଦ୍ର କୁମାର ରାଉତ, ବରିଷ୍ଠ ନାଗରିକ ସଂଗ ର ସଭାପତି ଡକ୍ଟର ରାଧାନାଥ ବେହେରା, ସମ୍ପାଦକ ରାମ ମୂର୍ତ୍ତି ପଟ୍ଟନାୟକ, ଅତିରିକ୍ତ ଜିଲ। ଚିକିତ୍ସାଧିକାରୀ ଡକ୍ଟର ମଳୟ କୁମାର ତ୍ରିପାଠୀ, ଜିଲ। ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଅବସର ପ୍ରାପ୍ତ ଶିକ୍ଷକ ବିଜୟ କୁମାର ଚୌଧୁରୀ, ଜେମାମଣି ବିଷୋୟୀ, ନିର୍ବାହୀ ଅଧିକାରୀ, ପୌରପାଳିକା ଶ୍ରୀ ସେଠ ନବରଙ୍ଗପୁର ଯୋଗ ଦେଇ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ର ତାତ୍ପର୍ୟ୍ୟ ଉପରେ ଆଲୋକପାତ କରିଥିଲେ। ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ। ପରିଷଦ ରତ୍ନାକର ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories