www.samajalive.in
Sunday, December 14, 2025
23.1 C
Bhubaneswar

ଆଦର୍ଶ ବିଦ୍ୟାଳୟରେ ଆଇନ ସହାୟତା ଶିବିର

ବଲାଙ୍ଗିର: ପୋକ୍ସୋ ଅଧିନିୟମ ଅନୁସାରେ ମିଳୁଥିବା ପୀଡ଼ିତା ସହାୟତା ରାଶି ସମ୍ବନ୍ଧରେ ଆଇନ ସହାୟତା ଶିବିର ପଥରଚେପା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି। ପ୍ରାଧିକରଣର ସଚିବ ବିଜୟ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହା ଆୟୋଜିତ ହୋଇଥିବା ବେଳେ ମୁଖ୍ୟବକ୍ତା ଭାବେ ପୋକ୍ସୋ କୋର୍ଟର ସ୍ୱତନ୍ତ୍ର ବିଚାରପତି ପ୍ରଶାନ୍ତ କୁମାର ନାୟକ ଯୋଗ ଦେଇଥିଲେ। ପୋକ୍ସୋ ଅଧିନିୟମ, ମିଳୁଥିବା ପୀଡ଼ିତା ସହାୟତା ରାଶି ସହିତ୍‍ ମହିଳା ପୀଡ଼ିତା ଓ ଅନ୍ୟାନ୍ୟ ଅପରାଧର ଶିକାର ହୋଇଥିବା ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଏନ୍‍ଏଏଲ୍‍ଏସ୍‍ଏ ଯୋଜନା ସଂପର୍କରେ ମୁଖ୍ୟବକ୍ତା ଆଲୋଚନା କରିଥିଲେ। ଏହାପରେ ପ୍ରାଧିକରଣର ସଚିବ ଶ୍ରୀ ପାତ୍ର କେଉଁ ପ୍ରକାରର ମାଗଣା ଆଇନ ସହାୟତା ଯୋଗାଇ ଦିଆଯାଉଛି ତା’ ଉପରେ କହିଥିଲେ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିବା ବେଳେ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories