ବଲାଙ୍ଗିର: ଶନିବାର ବଲାଙ୍ଗିର ସଦର ବ୍ଲକ ସାଉନ୍ତମୁଣ୍ଡା ଠାରେ ସାଉନ୍ତମୁଣ୍ଡା-କାଲିଝରନ ରାସ୍ତାର ଭିତ୍ତିପ୍ରସ୍ତର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଦେଇଛନ୍ତି। ୧୧ କିଲୋମିଟର ରାସ୍ତା ନିର୍ମାଣ ପାଇଁ ୭ କୋଟି ୬୧ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଏହି ରାସ୍ତା ନିର୍ମାଣ ହେଲେ ସିନଖମନ, କନକପୁର, ସାଉନ୍ତମୁଣ୍ଡା, ଖଇସାବାହାଲ, ଶିକାଛିଡା, କୁଡାସିଂହା, ପ୍ରତାପପୁର, ଚିକଲବାହାଲ, ବିଡିଘାଟ, ପରଧିଆପାଲି, କାଲିଝରନ, ଘୁସୁରାଡୁଙ୍ଗୁରି, ଚାଣ୍ଟିମୁଣ୍ଡା ଓ ଫଟକରା ଗ୍ରାମାଞ୍ଚଳର ପାଖାପାଖି ୧୨ହଜାରରୁ ଉର୍ଦ୍ଧ ଲୋକ ଉପକୃତ ହେବେ। ଭିତ୍ତିପ୍ରସ୍ତର ପରିବର୍ତ୍ତି ସଭାରେ ବିଧାୟକ ଶ୍ରୀ ମିଶ୍ର ଆସନ୍ତା ବର୍ଷ ଜୁନ ସୁଦ୍ଧା ରାସ୍ତା କାମ ସମ୍ପୁର୍ଣ୍ଣ ହେବ। ଏହି କାମ ପାଇଁ ଦାୟିତ୍ୱରେ ଥିବା ସଂସ୍ଥା ଯେପରି ଠିକ୍ ହିସାବରେ ଓ ଠିକ୍ ସମୟରେ କାମ ସମ୍ପୁର୍ଣ୍ଣ କରିପାରିବ ସେ ଦିଗରେ ଅଧିକାରୀମାନେ ଯତ୍ନବାନ ହେବା ସହ ଗାଁ ଲୋକମାନେ ମଧ୍ୟ ଏହାର ସହଯୋଗ କରିବା ଦରକାର ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ। ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମରେ ନିର୍ବାହୀ ଯନ୍ତ୍ରୀ ନିର୍ମଳ ଚନ୍ଦ୍ର ଜେନା, ସହକାରୀ ଯନ୍ତ୍ରୀ ଜ୍ଞାନ ରଂଜନ ରାଉତଙ୍କ ସମେତ ରାମ ପ୍ରସାଦ ମିଶ୍ର, ସରୋଜ କୁମାର ରଥ, ଜୁଲୁ ପଟ୍ଟନାୟକ, ଜୟ ସାହୁ, ରଙ୍ଗାଧର ବାଗ, ଗୋପାଳ ଧରୁଆ, ଉମାକାନ୍ତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



