ରେଙ୍ଗାଲି: ରେଙ୍ଗାଲି ଅଞ୍ଚଳରେ ଶାରଦୀୟ ଦୁର୍ଗା ପୂଜା ଅବସରରେ ମୃଣ୍ମୟୀ ଦେବୀଙ୍କ ଧରାପୃଷ୍ଠକୁ ଅବତରଣ ପାଇଁ ଆଜି ବିଲ୍ୱବରଣ କାର୍ଯ୍ୟକ୍ରମ ଶାକ୍ତ ବିଧି ପରମ୍ପରା ଅନୁସାରେ ଅନୁଷ୍ଠିତ ହୋଇଯାଇଛି। ରେଙ୍ଗାଲି ବସଷ୍ଟାଣ୍ଡ୍, ରାମଚନ୍ଦ୍ରନଗର, ଠେଲକୋଲୋଇ,କତରବଗା, ରଙ୍ଗଟିକ୍ରା ମାନିକମୁଣ୍ଡା ଆଦି ଗ୍ରାମରେ ଅନୁଷ୍ଠିତ ହେବାକୁ ଯାଉଥିବା ଦୁର୍ଗା ପୁଜା ଆଜି ସନ୍ଧ୍ୟାରେ ବିଲ୍ୱ ବରଣ ବିଧି ସମ୍ପନ୍ନ ହୋଇଥିବା ଜଣାପଡ଼ିଛି। ଏହି ଅବସର ରେ ମୃଣ୍ମୟୀ ଦେବୀଙ୍କୁ ଧରାପୃଷ୍ଠକୁ ଅବତରଣ ପାଇଁ ଆବାହନ ନିମନ୍ତେ ବେଳ ଗଛ ମୂଳରେ ବିଧିମତେ ପୂଜା ଅର୍ଚ୍ଚନା କରି ଗଛ ଡାଳରେ କଳସ ବନ୍ଧା ଯିବା କାର୍ଯ୍ୟକ୍ରମ ସମ୍ପନ୍ନ କରଯାଇଛି।
Popular Categories



