ରେଙ୍ଗାଲି: ରେଙ୍ଗାଲି ଥାନା ଅନ୍ତର୍ଗତ ପଣ୍ଡଲୋଇ ସ୍ଥିତି ଶ୍ୟାମ ମେଟାଲିକ୍ସ କାରଖାନାର ୪ନମ୍ବର ଗେଟ୍ ପାଖରେ ଥିବା ଏକ ପୋଲ ତଳେ ତାସ୍ ଖେଳିବା ଆଳରେ ଜୁଆ ଖେଳ ଚାଲିଥିବା ସୂଚନା ପାଇ ରେଙ୍ଗାଲି ପୁଳିସ ଆଜି ଚଡଉ କରି ୪ଜଣ ଜୁଆଡିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜୁଆଡି ମାନଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ କରି ସେମାନଙ୍କ ପାଖରୁ ନଗଦ ୧୪ ହଜାର ୫ ଶହ ୩୦ ଟଙ୍କା ଏବଂ ତାସ୍ପତ୍ତି ଜବତ କରଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ରେଙ୍ଗାଲି ଆଇଆଇସି ଧବଳେଶ୍ୱର ସାହୁ ସୂଚନା ଦେଇଛନ୍ତି। ଅଭିଯୁକ୍ତ ମାନେ ହେଲେ ବିହାର ରୋତାସ୍ ଜିଲ୍ଳା ତିଲହାଟୋ ଥାନା ଅନ୍ତର୍ଗତ ଅଜାଦବିଘା ଗ୍ରାମର ଯୋଗେଶ କୁମାର (୩୮), ରାମଦେବ ସିଂହ (୪୦), ଦେବଗଡ଼ ଜିଲ୍ଲା ପ୍ରଭାଶୁଣିର ସାନ ନାଏକ (୩୦) ଓ ଝାଡଖଣ୍ଡ ଲାତେହାର ଥାନା ପତ୍ରାତୋର ରାନ୍ଥୋ ଓରାମ (୩୦)।
Popular Categories



