ଥାନାରେ ଅଟକ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ
ବ୍ରହ୍ମପୁର: ଅଭିଯୋଗ କ୍ରମେ ଥାନାରେ ଅଟକ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି। ବାପାଙ୍କ ଅଭିଯୋଗ କ୍ରମେ ଚମାଖଣ୍ଡି ଥାନାରେ ଅଟକ ଯୁବକଙ୍କ ମୃତ୍ୟୁ ହୋଇଛି। ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ଗଞ୍ଜାମ ଏସପି ପ୍ରତିକ୍ରିୟା ରଖି କହିଛନ୍ତି ଯେ ପାରିବାରିକ କଳହକୁ ନେଇ ପୁଅ ବିରୋଧରେ ବାପା ଅଭିଯୋଗ କରିଥିଲେ। ଆଜି ଭୋର ସମୟରେ ଯୁବକ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା ଏବଂ ଚିକିତ୍ସା ପାଇଁ ଏମ୍କେସିଜିରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି।
Comments are closed.