www.samajalive.in
Monday, December 15, 2025
26.1 C
Bhubaneswar

ଦୁର୍ଗା ପୂଜା ପାଇଁ କଟକ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ବର: କଟକ ଦୁର୍ଗା ପୂଜା ପାଇଁ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କଟକରେ ବିଭିନ୍ନ ଦୁର୍ଗା ପୂଜା କମିଟିଗୁଡ଼ିକ ପକ୍ଷରୁ ସୁନା, ଚାନ୍ଦି ସମେତ ବିଭିନ୍ନ ଆକର୍ଷଣୀୟ ମେଢ଼ ପ୍ରସ୍ତୁତ ହୋଇଛି। କରୋନା କଟକଣା ପରେ କଟକ ଦୁର୍ଗା ପୂଜା ଦେଖିବା ପାଇଁ ପ୍ରବଳ ଜନ ସମାଗମ ହେବାର ସମ୍ଭାବନା ରହିଛି। ତେଣୁ ଦୁର୍ଗାପୂଜା ପାଇଁ କଟକ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଶାନ୍ତିଶୃଙ୍ଖଳା ସହ ଦର୍ଶନ ଉପରେ ଗୁରୁତ୍ବ ଦିଆଯାଇଥିବାବେଳେ ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଛି। ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୫୫ପ୍ଲାଟୁନ ପୁଲିସ ଫୋର୍ସ ସହ ୫୫ ଆଣ୍ଟି ସ୍କ୍ବାଡ ୟୁନିଟ ମୁତୟନ କରାଯାଇଛି। ୪୦ଜଣ ଏସିପି ରାଙ୍କ ଅଫିସର ସମେତ ରୁଫ ଟପ ସିକ୍ୟୁରିଟି ମୁତୟନ କରାଯିବା ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ସୁନା ଓ ଚାନ୍ଦି ମେଢ଼ ହୋଇଥିବା ମଣ୍ଡପ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଦଶହରା ପାଇଁ ୩୧ ଏଡ ପୋଷ୍ଟ ଏବଂ ଭସାଣି ନିମନ୍ତେ ୧୪ ଏଡ ପୋଷ୍ଟ ରହିବ ବୋଲି ସୂଚନା ଦିଆଯାଇଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories