www.samajalive.in
Sunday, December 14, 2025
26.1 C
Bhubaneswar

ବରଫର ଚମତ୍କାରୀ ଗୁଣ

ବରଫକୁ ଆମେ ବିଭିନ୍ନ ଉପାୟରେ ବ୍ୟବହାର କରିଥାଉ। ମୁଖ୍ୟତଃ କୌଣସି ଖାଦ୍ୟ ବା ପାନୀୟକୁ ଥଣ୍ଡା କରିବା ପାଇଁ ଆମେ ସେଥିରେ ବରଫ ପକାଇଥାଉ। ହେଲେ କ’ଣ ଆପଣ ଜାଣନ୍ତି, ବରଫ ଆମର ଆହୁରି ଅନେକ କାମରେ ଆସିଥାଏ। ଏହାର ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି।

୧.ଛୋଟ ପିଲା ହୁଅନ୍ତୁ ଅବା ବଡ଼ ଲୋକ ସମସ୍ତେ ପିତା ଔଷଧ ଖାଇବାକୁ ନାରାଜ ହୋଇଥା’ନ୍ତି। ଯଦି ଔଷଧ ପିତା ଯୋଗୁଁ ଖାଉ ନାହାନ୍ତି। ତାହାଲେ ପାଟିରେ ଗୋଟିଏ ବରଫ ଖଣ୍ଡ ରଖିଲା ପରେ ଔଷଧ ଖାଆନ୍ତୁ। ଔଷଧ ପିତା ଲାଗିବ ନାହିଁ।

- Advertisement -

୨. ହାତ କିମ୍ବା ଗୋଡ଼ ମୋଡ଼ି ହୋଇଯାଇଥିଲେ, ସେହି ସ୍ଥାନରେ ବରଫକୁ କିଛି ସମୟ ଘଷନ୍ତୁ। ଏପରି କରିବା ଦ୍ୱାରା ଯନ୍ତ୍ରଣା ଲାଘବ ହୋଇଥାଏ।
୩. ବହୁ ଲୋକଙ୍କର ଖାଦ୍ୟ ହଜମ ନ ହେବାର ସମସ୍ୟା ଦେଖା ଦେଇଥାଏ। ଯଦି ଅଧିକ ଖାଇଦେଇଛନ୍ତି ଓ ତାପରେ ଖାଦ୍ୟ ସଠିକଭାବେ ହଜମ ହେଉନାହିଁ ତାହାଲେ ଖାଇବା ପରେ ଗୋଟିଏ ବରଫ ଖଣ୍ଡ ଖାଆନ୍ତୁ। ଖାଦ୍ୟ ଶୀଘ୍ର ହଜମ ହୋଇଯିବ।
୪. ଯଦି ଶୀଘ୍ର କୌଣସି ସ୍ଥାନକୁ ଯିବାର ଅଛି ଓ ମେକ୍ଅପ୍ ନେବାକୁ ସମୟ ନାହିଁ। ତାହେଲେ ଗୋଟିଏ ବରଫ ଖଣ୍ଡକୁ ଏକ କପଡ଼ାରେ ଗୁଡ଼ାଇ ମୁହଁରେ ଲଗାଇଲେ ତ୍ୱଚା ଉଜ୍ୱଳ ଦେଖାଯିବ।
୫. ମୁଣ୍ଡ ବିନ୍ଧୁଥିଲେ ମୁଣ୍ଡରେ ବରଫ ରଖନ୍ତୁ। ଏହା ଦ୍ୱାରା ମୁଣ୍ଡ ବିନ୍ଧା କମ୍ ହୋଇଯିବ।
୬. ଯଦି ଶରୀରର କୌଣସି ସ୍ଥାନରୁ ଖଣ୍ଡିଆ ହୋଇ ରକ୍ତ ବାହାରୁଥାଏ। ତାହାଲେ ସେହି ସ୍ଥାନରେ ବରଫ ଲଗାନ୍ତୁ। ରକ୍ତ ବହିବା କମି ଯିବ।
୭. ଯଦି ଆପଣଙ୍କ ନାକରୁ ରକ୍ତ ବାହାରୁଛି। ତାହାଲେ ନାକ ଉପରେ ଗୋଟିଏ ବରଫ ଖଣ୍ଡ ରଖନ୍ତୁ। ରକ୍ତ ପଡିବା ବନ୍ଦ ହୋଇଯିବ।
୮. ଯଦି ଆପଣଙ୍କର ବାନ୍ତି ସମସ୍ୟା ରହିଛି, ତାହାଲେ ଗୋଟିଏ ଖଣ୍ଡ ବରଫକୁ ପାଟିରେ ରଖି ଧିରେ ଧିରେ ଖାଆନ୍ତୁ। ଏହା ଦ୍ୱାରା ବାନ୍ତି ହେବନାହିଁ।
୯. ଅନେକ ଲୋକଙ୍କର ଗୋଇଠି ଫାଟିବା ସମସ୍ୟା ଦେଖା ଦେଇଥାଏ। ଗୋଇଠି ଫାଟିବା ସହ ଦରଜ ହୋଇ ଚାଲିବାରେ ମଧ୍ୟ କଷ୍ଟ ହୋଇଥାଏ। ଏହି କଷ୍ଟରୁ ରକ୍ଷା ପାଇବା ପାଇଁ ହେଲେ ଗୋଇଠିରେ ବରଫ ଲଗାନ୍ତୁ। ଏହା ଆପଣଙ୍କୁ ଆରାମ ଦେବ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories