www.samajalive.in
Saturday, December 6, 2025
17.1 C
Bhubaneswar

ଟ୍ରେନ୍ ଦୁର୍ଘଟଣା ପରେ ରାମଲୀଳା ଆୟୋଜକ ଫେରାର, ଦେଖନ୍ତୁ ସିସିଟିଭି ଫୁଟେଜ୍

ଅମୃତସର:  ପଞ୍ଜାବର ଅମୃତସରରେ ଦଶହରା ସଂଧ୍ୟାରେ ଟ୍ରେନ୍ ଦୁର୍ଘଟଣାରେ ୬୧ ଜଣଙ୍କ ଜୀବନ ହାନି ଘଟିଥିବା ବେଳେ ୧୦୦ ଜଣ ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ରାଜନୌତିକ ଦଳ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗି ରହିଥିବା ବେଳେ ରାମଲୀଳାର ଆୟୋଜକ କଂଗ୍ରେସ ନେତାଙ୍କ ପୁଅ ସୌରଭ ମଦାନକୁ ଧରିବା ପାଇଁ ପୁଲିସ ଛାନଭିନ୍ ଆରମ୍ଭ କରିଛି । ଏହି ଦୁର୍ଘଟଣା ପରେ ରାମଲୀଳା ମୁଖ୍ୟ ଆୟୋଜକ ସୌରଭ ଫେରାର ହୋଇ ଯାଇଥିବା ଜଣାପଡିଛି ।

ଅମୃତସରର ଦୁର୍ଘଟଣାର ତୁରନ୍ତ ପରେ ସୌରଭ ମଦାନ ଏକ ଗାଡିରେ ବସି ପଳାଇ ଯାଉଥିବା ଏକ ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି । ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କ ପ୍ରତି କାର୍ଯ୍ୟାନୁଷ୍ଠନ ଗ୍ରହଣ ନକରି ଅଜଣା ବ୍ୟକ୍ତି ନାମରେ ମାମଲା ରୁଜୁ କରିଥିବା ନେଇ ଅଭିଯୋଗ ହୋଇଛି।  ସୂଚନାଯୋଗ୍ୟ, ବିଜୟା ଦଶମୀ ରାବଣ ପୋଡି ଦେଖିବାକୁ ସ୍ଥାନୀୟଲୋକ ଟ୍ରେନ୍ ଲାଇନ ଉପରେ ଛିଡା ହୋଇଥିଲେ । ଏହି ସମୟରେ ଦୃତଗତିରେ ଆସୁଥିବା ଏକ ଟ୍ରେନ ସେମାନ ଉପରେ ମାଡି ଯାଇଥିଲା।

ଅମୃତସର ରେଳ ଦୁର୍ଘଟଣାରେ ଆୟୋଜକ ଫେରାର; ଦେଖନ୍ତୁ ଭିଡିଓ

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories