www.samajalive.in
Friday, December 12, 2025
14.1 C
Bhubaneswar

ଭାରତରେ ବହୁଜାତୀୟତା ଓ ବିବିଧତା ଜାତୀୟ ସମ୍ପାନ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଏବଂ ଆମ୍ବେଦକର ଅଧ୍ୟୟନ କେନ୍ଦ୍ରର ମିଳିତ ସହଯୋଗରେ ବାଣୀବିହାର ପିଜି କାଉନସିଲ ହଲ୍‍ରେ ‘ଭାରତରେ ବହୁଜାତୀୟତା ଓ ବିବଧତା’ ଶୀର୍ଷକ ଜାତୀୟ ସମ୍ପାନ ଆୟୋଜିତ ହୋଇଯାଇଛି। ଏହି ଅବସରରେ ପ୍ରଫେସର ଅନନ୍ତ କୁମାର ଗିରଙ୍କ ସ୍ୱରଚିତ ‘ବହୁଧାରା ବର୍ଣ୍ଣବିଭା’ ଏବଂ ‘ଶିଖର ଓ ବୁଦ୍ଧପାଦ’ ଶୀର୍ଷକ ଦୁଇଟି ପୁସ୍ତକ ଲୋକାର୍ପିତ ହୋଇଯାଇଛି। ଓଡ଼ିଆ ସାହିତ୍ୟର ଦିଗ ଦିଗନ୍ତକୁ ନୂତନ ଧାରା ଦେବାରେ ଆଲୋଚ୍ୟ ପୁସ୍ତକ ଦ୍ୱୟ ବେଶ ଉଚ୍ଚକୋଟିର ବୋଲି ଏହି ସମ୍ପାନରେ ମୁଖ୍ୟଅତିଥି ଭାବେଯୋଗଦେଇ ପ୍ରଫେଡ଼ସର ଦେବୀ ପ୍ରସନ୍ନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ସେ ଓଡ଼ିଆ ଭାଷା ଉପରେ ଉଚ୍ଚକୋଟିର ସମୀକ୍ଷା କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଫେସର ଅନନ୍ତ କୁମାର ଗିରି ତାଙ୍କ ପୁସ୍ତକର ଦୀପ୍ତି ଓ ବ୍ୟାପ୍ତି ସମ୍ପର୍କରେ ଆଲୋକପାତ କରିଥିଲେ। ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଦୁର୍ଗାଶଙ୍କର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ସହକାରୀ ପ୍ରଫେସର ଡ.ରମେଶଚନ୍ଦ୍ର ମଲ୍ଲିକ ତେଜସ୍ୱୀ ଆଲୋଚନା କରି ଛାତ୍ରଛାତ୍ରୀଙ୍କୁ ଉଦ୍‍ବୋଧନ ଦେଇଥିଲେ। ଡ.ରବୀନ୍ଦ୍ର ଗରଡ଼ା ସ୍ୱାଗତ ଭାଷଣ ଦେଇଥିବାବେଳେ ସୁମନ୍ତ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories